Img 20250827 wa0187

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ସି ଏମ କିଷାନ ସହାୟତା ରାଶି ପ୍ରଦାନ ସମାବେଶ ଅନୁଷ୍ଠିତ

ରାଜ୍ୟ
  • ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଡିବିଟି ମାଧ୍ୟମରେ ପ୍ରଦାନ କରାଗଲା ସହାୟତା ରାଶି
ବାରିପଦା : କୃଷି ଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ତଥା ପବିତ୍ର ଗଣେଶ ଚତୁର୍ଥୀ ଦିବସ ରେ ଆଜି କୃଷି ଶିକ୍ଷା ସଦନ, ଓୟୁଏଟି ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସମାବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ରବି ୨୦୨୫-୨୬ର ସି ଏମ କିଷାନର ତୃତୀୟ କିସ୍ତିରେ ୧, ୦୪,୧୨୯ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ଦ୍ୱାରା ରାଜ୍ୟରେ ୫୧ ଲକ୍ଷରୁ ଉର୍ଦ୍ଧ କ୍ଷୁଦ୍ର ଓ ନାମମାତ୍ର, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି।
ଏହି କୃଷକ କଲ୍ୟାଣ ଯୋଜନା ଯାହାକି କୃଷକ ମାନଙ୍କ ଅର୍ଥନୈତିକ ଉନ୍ନତି ନିମିତ୍ତ ଆରମ୍ଭ କରାଯାଇଥିଲା ଯେଉଁ ଯୋଜନାରେ ଚାଷୀଙ୍କୁ ଗୋଟିଏ ବର୍ଷରେ ୨ଟି କିସ୍ତି ରେ ୨୦୦୦ ହଜାର ଟଙ୍କା ଲେଖାଏଁ ମୋଟ ୪୦୦୦  ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ।
ଏହି ଅବସରରେ ଆଜି ସ୍ଥାନୀୟ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ  ଜିଲ୍ଲା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଏକ ଜିଲ୍ଲା ସ୍ତରୀୟ  କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି
ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ  ବିଧାୟକ ସାରସକଣା ଶ୍ରୀ ଭାଦବ ହାଁସଦା,  ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ ଙ୍କ ଶ୍ରୀଚରଣରେ ପୁଷ୍ପ ଅର୍ଘ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜ୍ଞାନ ବଲ୍ଲଭ ଦାସ ସ୍ୱାଗତ ଭାଷଣ ଦେବା ସହ ଏହି ଯୋଜନା ସମ୍ଭନ୍ଧ ରେ ତାଙ୍କର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ଆଜି ରାଜ୍ୟର ପାଖାପାଖି ୫୧ ଲକ୍ଷ ରୁ ଉର୍ଦ୍ଧ  ଚାଷୀ ଭାଇ ଭଉଣୀଙ୍କ ବ୍ୟାଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ କୃଷକ ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡିବିଟି ଜରିଆରେ ହସ୍ତାନ୍ତର କରାଯାଇଛି।
ରାଜ୍ୟର ପାଖାପାଖି ୫୧ ଲକ୍ଷରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ଉପକୃତ ହୋଇଥିବାବେଳେ  ମୟୂରରଭଞ୍ଜ ଜିଲ୍ଲାର ୩,୪୭, ୯୫୪ ଜଣ ଚାଷୀ  ଉପକୃତ ହୋଇଛନ୍ତି। ଏହି ଯୋଜନା ମାଧ୍ୟମରେ ଆମ ରାଜ୍ୟର ସାଧାରଣ ଚାଷୀ ମାନେ ଏହି ସହାୟତା ରାଶିକୁ ଉପଯୋଗ କରି ଚାଷ କାର୍ଯ୍ୟ ସମୟରେ ସମ୍ମୁଖୀନ ହେଉଥିବା ଆର୍ଥିକ ଅସୁବିଧାକୁ କିଛି ମାତ୍ରାରେ  ଦୂର କରିପାରୁଛନ୍ତି।  ଏହି ଯୋଜନା ବ୍ୟତୀତ ମୁଖ୍ୟମନ୍ତ୍ରୀ କୃଷକ ଉଦ୍ୟୋଗ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, କୃଷି ବିଦ୍ୟା ନିଧି ଯୋଜନା ରେ ଛାତ୍ର ବୃତ୍ତି,କୃଷି ଋଣ ରିହାତି,ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା  ସହିତ ଇନପୁଟ ସହାୟତା ରାଶି ୮୦୦ ଟଙ୍କା, ପି ଏମ କିଷାନ ସହାୟତା ଇତ୍ୟାଦି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ  ଯୋଜନା ରହିଛି ଯାହା ଦ୍ୱାରା କୃଷକ ଭାଇ ଭଉଣୀ ମାନେ ଉପକୃତ ହୋଇ ସଶକ୍ତ ହେଉଛନ୍ତି।
ଅନ୍ୟାନ୍ୟ ମଂଚାସୀନ ଅତିଥି ବୃନ୍ଦ ମଧ୍ୟ ଏହି ଯୋଜନାର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ମତାମତ ରଖି ଯୋଜନାର ଉପାଦେୟତା ବିଷୟରେ କହିଥିଲେ ଯେ, ଚାଷୀ ହେଉଛନ୍ତି ଦେଶର ମେରୁଦଣ୍ଡ। ତେଣୁ ଚାଷୀ ସଶକ୍ତ ହେଲେ,ବିକଶିତ ଭାରତର ପରିକଳ୍ପନା ସାକାର ହେବ।
ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ବୃନ୍ଦଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ,ମତ୍ସ୍ୟ ଅଧିକାରୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ଉପସ୍ଥିତ ରହି ବିଭାଗୀୟ ଯୋଜନାର ବିଭିନ୍ନ ଦିଗ ଉପରେ ନିଜ ନିଜ ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ କୃଷି ନିର୍ଦ୍ଦେଶିକା ମଧୁସ୍ମିତା ଜେନା,ସହକାରୀ କୃଷି ଅଧିକାରୀ ରମ୍ୟ ରଞ୍ଜନ ମହାନ୍ତ, କାର୍ଯ୍ୟାଳୟ ର ତୁଷାର କାନ୍ତ ମହାନ୍ତି, ମାନସ ରଞ୍ଜନ ମହାନ୍ତି, ରାଜାରାମ ସାହୁଓ କାନ୍ତା ପୋଥାଳ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ପରିଶେଷରେ ଜିଲ୍ଲାପାଳ  ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କୃଷି ବିଭାଗର ବିଭାଗୀୟ ଅଧିକାରୀ ଙ୍କ ସମେତ ବିଭିନ୍ନ ବ୍ଲକର ଶତାଧିକ ଚାଷୀ ଓ ହିତାଧିକାରୀ ଯୋଗ ଦେଇଥିଲେ।
Shrutilipi ad