Img 20250826 wa0146

ସେପ୍ଟେମ୍ବର ୬ କଳା ଦିବସ୍ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ରାଜ୍ୟ
ବାରିପଦା: ଓଡ଼ିଶା କୁଡ଼ୁମୀ ସେନା ତରଫରୁ ଆସନ୍ତା ସେପ୍ଟେମ୍ବର ୬ ତାରିଖ କଳା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ  କଣ୍ଟାବଣି ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ କଳା ଦିବସ ଦିଲ୍ଲୀ ଯନ୍ତରମନ୍ତରଠାରେ ପାଳନ କରିବା ପାଇଁ ସ୍ଥିର କରାଯାଇଛି। କୁଡ଼ୁମି ବହୁଳ ବିଶିଷ୍ଟ ୪ ଗୋଟି ରାଜ୍ୟର ଶତାଧିକ ଜାତି ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି। ଭାରତ ସରକାର କୌଣସି କାରଣ ନଥାଇ ବିନା ନୋଟିଫିକେସନ୍ ରେ ୧୯୫୦ ମସିହା ସେପଟେମ୍ବର ୬ ତାରିଖ ଦିନ ଆଦିବାସୀ ତାଲିକାରୁ ବାଦ୍ ଦେଇଛନ୍ତି ସେଇ ଦିନ ପାଖରୁ କୁଡୁମି ଜାତି ସରକାରଙ୍କର ପ୍ରତାରଣା  ଶିକାର ହୋଇ ଆସୁଛି । ସରକାର ତାଙ୍କ ଦାବି ନ ଶୁଣିବା ପର୍ଆଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ନିଷ୍ପତି ନେଇଛନ୍ତି । ଉକ୍ତ ବୈଠକରେ ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ, ସମ୍ପାଦକ ଲାଲ୍ ମୋହନ ମହାନ୍ତ,ଜିଲ୍ଲା ସଭାପତି ଫଣ୍ଠୁସ୍ କୁମାର ମହାନ୍ତ,ଉପ ସଭପତି ତରଣୀ ସେନ ମହାନ୍ତ,ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା ମହାନ୍ତ , ରାଇରଙ୍ଗପୁର ସଭା ନେତ୍ରୀ ସବିତା ମହାନ୍ତ,ବହଳଦା ସଭାପତି ଅଶୋକ କୁମାର ମହାନ୍ତ, ସତ୍ୟବତୀ ମହାନ୍ତ, ରେଖାମଣି ମହାନ୍ତ ,ରମେଶ ଚନ୍ଦ୍ର ମହାନ୍ତଙ୍କ ସମେତ କୁଡୁମି ସମ୍ପ୍ରଦାୟର ବହୁ ଲୋକ ଉପସ୍ଥିତ ଥିଲେ ।
Shrutilipi ad