ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ନାରାୟଣପୁର ଗ୍ରାମର ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ରଣା ଥିଲେ ସଂଗୀତର ଜଣେ ଯାଦୁଗରୀ ପ୍ରତିଭା ବୋଲି ଉପସ୍ଥିତ ଅତିଥି ସ୍ମୁତି ଚାରଣ ସଭାରେ କହିଥିଲେ । ଉକ୍ତ ସ୍ମୁତି ଚାରଣ ସଭାରେ ପ୍ରାକ୍ତନ ସେବା ସମବାୟ ସଭାପତି ଜଗନ୍ନାଥ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସେବା ସମବାୟ ସଭାପତି ରଞ୍ଜନ କୁମାର ସାହୁ, ସମିତିସଭ୍ୟ ମନୋରଞ୍ଜନ ସେଠି, ଆଇନୀଜୀବୀ ଅଣାକର ମଲ୍ଲିକ, ନାରାୟଣ ଚନ୍ଦ୍ର ବାରିକ, ଆନନ୍ଦ ଚନ୍ଦ୍ର ନାୟକ, ଜଗନ୍ନାଥ ନାୟକ, ନିରାକାର ଗାହାଣ, ଶଙ୍କର୍ଷଣ ନାୟକ, ଅନିଲ ସେଠି ପ୍ରମୁଖ ଉପସ୍ଥିତ ରହି ପ୍ରାରମ୍ଭରେ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ରଣାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ରଣା ସଙ୍ଗୀତ ସହିତ ହାରମିନିୟମ ଓ ଅର୍ଗାନ ବାଦକ ମଧ୍ୟ ଥିଲେ । ସେ ଜଣେ ସଚ୍ଚୋଟ ଓ ପରଉପକାରୀ ବ୍ୟକ୍ତି ଥିଲେ । ନିରଞ୍ଜନ ରଣା , ରାଜେନ୍ଦ୍ର ରଣା, ରବୀନ୍ଦ୍ର ରଣା, ସନ୍ତୋଷ ରଣା, ଦେବେନ୍ଦ୍ର ରଣା, ଶ୍ରୀକାନ୍ତ ରଣା, ଦିଲ୍ଲୀପ ରଣା, ମନୋରଞ୍ଜନ ରଣା ସମେତ ସମସ୍ତ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ରଣାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସ୍ମୁତି ସଭାରେ ସ୍ମୁତି ଚାରଣ କରିଥିଲେ ।

