ଆଗରପଡ଼ା :ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ଆଗରପଡ଼ାକୁ ବିଜ୍ଞାପିତ ପରିଷଦ ଅଂଚଳ ବା ଏନଏସି ଦାବିରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଡ.ମହତାବଙ୍କ ପ୍ରତିମୂର୍ତ୍ତି ନିକଟରେ ମଙ୍ଗଳବାର ୬ଘଣ୍ଟିା ଧାରଣା ଦିଆଯିବା ସହ ଜନ ଜାଗରଣ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ବିଜେଡି ଯୁବନେତା ସତ୍ୟସାଧନ ବେଜ,ହାଇକୋର୍ଟ ଆଡ଼ଭୋକେଟ ମନୋଜ ରାୟ,ସମାଜସେବୀ ବିଜ୍ଞାନଭୂଷଣ ମହାନ୍ତି,ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଧଳ,ରଂଜନ ଦାସ, ସୁବାସ ଦାସ, ଗଗନ ଦାସ, ଚିତ୍ତରଂଜନ ସାମନ୍ତରାୟ,ଗୋଲକ ପୃଷ୍ଟି,ସୁବୋଧ ସାହୁ ପ୍ରମୁଖ ଏଥିରେ ସାମିଲ ଥିଲେ ।

