ଆଗରପଡ଼ା ଜୋନ
ଆଗରପଡ଼ା :ଆଗରପଡା କୃଷ୍ଣଚରଣ ବିଦ୍ୟା ମନ୍ଦିର ପରିସରରେ ଜୋନ୍ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଆଗରପଡ଼ା ଜୋନରେ ୧୩ ଗୋଟି ବିଦ୍ୟାଳୟର ୧୯୬ ଛାତ୍ରଛାତ୍ରୀ କବାଡି, ଖୋଖୋ, ଭଲିବଲ୍, ବ୍ୟାଡ୍ମିଣ୍ଟନ୍, ଚେସ୍, ଯୋଗ, ସାଇକେଲ୍ରେସ୍ ଓ ବିଚ୍ ଭଲିରେ ଭାଗ ନେଇଥିଲେ । ଆଗରପଡା ବାଳିକା ବିଦ୍ୟାଳୟ ପ୍ରଧାନଶିକ୍ଷକ ଚିତରଞ୍ଜନ ମହାନ୍ତି ଏହାକୁ ଉଦ୍ଘାଟନ କରିଥିଲେ । ଏଥିରେ କୃଷ୍ଣ ଚରଣ ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷକ ଶରତ ଜେନା, ସାଧନକେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାର ଅତିଥି ଭାବେ ଯୋଗ ଦେଇ ଶିକ୍ଷାକ୍ଷେତ୍ରରେ କ୍ରୀଡାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଜୋନ୍ ସମ୍ପାଦକ କ୍ରୀଡା ଶିକ୍ଷକ ସୁବୋଧ କୁମାର ପାତ୍ରଙ୍କ ତତ୍ୱାବଧାନରେ ଆଶାମଣି ଉଚ୍ଚ ବିଦ୍ୟାପୀଠର ବରିଷ୍ଠ କ୍ରୀଡା ଶିକ୍ଷକ ଧୂରେନ୍ଦ୍ର ଷଡଙ୍ଗୀ, ବଳଭଦ୍ରକିଙ୍କର ଜେନା, ନିରଞ୍ଜନ ଜେନା, ବିଦ୍ୟୁତ୍ ଲତା ଦାସ, ସଙ୍ଗୀତା ବେହେରା, ଉମାକାନ୍ତ ଜେନା, ଉପମନ୍ୟୁ ଖୁଣ୍ଟିଆ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।
ବନ୍ତ ଜୋନ
ବନ୍ତ ବ୍ଲକ ପଧାନପଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବନ୍ତ ଜୋନ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୭ ବିଦ୍ୟାଳୟର ୨୧୦ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ୭୧ ପ୍ରତିଯୋଗୀ ବ୍ଲକସ୍ତରକୁ ମନୋନୀତ ହୋଇଥିଲେ । ଉଦ୍ଘାଟନୀ ସଭାରେ ପଂଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି ସଭାପତିତ୍ୱ କରିଥିଲେ । ଉଦ୍ଘାଟକ ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସେକ ୟାକତ ଅଲ୍ଲୀ, ମୁଖ୍ୟ ଅତିଥ୍ ଭାବେ ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଦତ୍ତ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ, ସମ୍ମାନୀତ ଅତିଥି ଭାବେ ବନ ବିହାରୀ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ ପୃଷ୍ଟି ଯୋଗଦେଇ କ୍ରୀଡା ବକ୍ତବ୍ୟ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ହେମନ୍ତ ପରିଡା ଅତିଥ୍ ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ଅରୁଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଜୋନ କ୍ରୀଡା ସଂଯୋଜକ ଜଗନ୍ନାଥ ଦିବେଦୀ ଓ ଜୋନ କ୍ରୀଡା ସମ୍ପାଦକ ବିଜୟଲକ୍ଷ୍ମୀ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ସେକ ଆଜାରୁଦ୍ଦିନ, ଗଙ୍ଗାଧର ରାଉତ, ଚିତ୍ରାବତୀ ବେହେରା, ମନୁବାଳ ସ୍ୱାଇଁ, ସୁଷମା ମଲ୍ଲିକ, ସ୍ନେହଲତା ଖମାରି, ଗୌରୀବାଳା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପଂଚାୟତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।
ଗଣିଜାଙ୍ଗ ଜୋନ
ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ସରକାରୀ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଜୋସ୍ନା ରାଣୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସେବା ସମବାୟ ସଭାପତି ରଞ୍ଜନ କୁମାର ସାହୁ,ମୁଖ୍ୟବକ୍ତା ପରିଚାଳନା କମିଟି ସଭାପତି ପଂଚାନନ ଦାସ, ସମ୍ମାନିତ ଅତିଥି ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ଦାସ, ସରମରା ହାଇସ୍କୁଲର ଶିକ୍ଷକ ଯଶୋବନ୍ତ ସିଂ, ବିବି ହାଇସ୍କୁଲ ଶିକ୍ଷକ ବୀରେନ୍ଦ୍ର ପଣ୍ଡା, କ୍ରୀଡା ଶିକ୍ଷୟିତ୍ରୀ ଡଲି ରାଣୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ରୀଡା ଦ୍ୱାରା ପିଲାମାନଙ୍କର ମାନସିକ ବିକାଶର ଅଗ୍ରଗତି ହୋଇଥାଏ ବୋଲି କହିଥିଲେ । ଶିକ୍ଷକ ପ୍ରକାଶ ପରିଡା ଅତିଥି ପରିଚୟ କରିଥିଲେ । ଯୋଗ, ବ୍ୟାଡ଼ମିଣ୍ଟନ, ଖୋଖୋ, କବାଡି, ଭଲିବଲ, ଚେସ, ସାଇକେଲ, ବିଚଭଲି, ଯୋଗ ଅଲମ୍ପିକ ଆଦି କ୍ରୀଡାରେ ଗଣିଜାଙ୍ଗ ଜୋନରେ ଥିବା ବିଭିନ୍ନ ବିଦ୍ୟାଳୟର୧୫୦ ରୁ ଉର୍ଦ୍ଧ କ୍ରୀଡାବିତ୍ ବିଭିନ୍ନ କ୍ରୀଡାରେ ଭାଗ ନେଇଥିଲେ । ଶିକ୍ଷୟତ୍ରୀ ନିତୁସ୍ମିତା ଗିରି ମଧୁସ୍ମିତା ନାୟକ,ନମିତା ଜେନା,ସ୍ମିତାଲି ମଧୁସ୍ମିତା ପଣ୍ଡା, ଶୁଭଶ୍ରୀ ବେହେରା, ମଧୁସ୍ମିତା ରାଉତ, ଯୋଗଦୀପ୍ତା ନାୟକ, ସଂଯୁକ୍ତା ସାହୁ, ବଳରାମ ସେଠୀ,ରତିକାନ୍ତ ରାୟ,ଶରତ ନାୟକ, , ଅନାଦି ନାୟକ, ପ୍ରଫୁଲ୍ଲ ନାୟକ, ପ୍ରସନ୍ନ ଜେନା,ରତ୍ନମୟୀ ବାରିକ, କରୁଣାକର ନାୟକ,ଜଗନ୍ନାଥ ପତି, ପ୍ରଶାନ୍ତ ବେହେରାଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।


