Img 20250825 wa0172

ଶିକ୍ଷକ / ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ରାଜ୍ୟ
ବାରିପଦା : ବାରିପଦା ଗୋଷ୍ଠୀ ଶିକ୍ଷା ବିଭାଗ ଅନ୍ତର୍ଗତ ତୁଳସୀଚଉରା ଆଞ୍ଚଳିକ ସାଧନକେନ୍ଦ୍ରର ବିଭିନ୍ନ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଏମ ଟି କେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ତୁଳସୀଚଉରା ଆଞ୍ଚଳିକ ସାଧନକର୍ମୀ ଭବାନୀ କୁମାର ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ତପସ୍ୱିନୀ ଦାଶ, ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ମୟୁରଭଞ୍ଜ ଶିକ୍ଷକ ସମନ୍ୱୟ ସମିତି ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ବ୍ଲକ ସମନ୍ୱୟ ସମିତି ସଭାପତି ପ୍ରଦୀପ କୁମାର ନାଥ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବବିତା ବିଶ୍ୱାଳ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଦୀର୍ଘଦିନର କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହ ସୁଖମୟ ଜୀବନ କାମନା କରିଥିଲେ I ଏହି ଅବସରରେ କବିତା ସାହୁ, ବନଲତା ଦଣ୍ଡପାଟ, ଉର୍ମିଳା ମୁଦି, ନିରୁପମା ବେହେରା, ମଧୁମିତା ଦାସ, ପ୍ରେମିକା ଲେଙ୍କା, ରଂଜିତା ଓତା, ଅଞ୍ଜନା ବାରିକ, ଆବ୍ରାହମ ହୁସେନ ଓ ଗୁଲାମ ଅହମ୍ମଦ ମୋଟ ୧୦ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I ଶେଷରେ ଶିକ୍ଷୟତ୍ରୀ ତନୁଜା ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ I
Shrutilipi ad