Ag

ଏନଏସି ଦାବିରେ ଆଗରପଡା ବନ୍ଦ ଡାକରା

ରାଜ୍ୟ

ଆଗରପଡ଼ା: ଜିଲ୍ଲାର ଆଗରପଡାକୁ ଏନଏସି ଘୋଷଣା ଦାବିରେ ଆସନ୍ତା ମଙ୍ଗଳବାର ବନ୍ଦ ଡାକରା ଦିଆଯାଇଛି । ଏନେଇ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦ୍ମନ ରାୟ,ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ, ଅବସରପ୍ରାପ୍ତ କର୍ମଚାରୀସଂଘ ସଭାପତି ରାମଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀର ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ଏନଏସି ଘୋଷଣା କରିବା ନେଇ ଏଇ ବନ୍ଦ ଡାକରା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଇଞ୍ଜିନିୟର ମଧୁସୂଦନ ସାହୁ,ଉପେନ୍ଦ୍ର ନାଥ ଶତପଥୀ,ରବିନ୍ଦ୍ର ଆଇଚ,ରଞ୍ଜନ କୁମାର ଦାସ, ଆଇନଜୀବୀ ମନୋଜ ରାୟ,ରାମଚନ୍ଦ୍ର ଦାସ, ବରିଷ୍ଠ ନାଗରିକ ସନ୍ତୋଷ ମହାନ୍ତି,ଗୋଲକ ପୃଷ୍ଟି, ଗୋବିନ୍ଦ ସାହୁ,ପିତାମ୍ଭର ପତି,ପ୍ରସନ୍ନ ସିଂହ, ସୁବାଷ ପଣ୍ଡା,ପ୍ରଶାନ୍ତ ସିଂହ ଙ୍କ ସମେତ ଶତାଧିକ ବ୍ୟକ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Shrutilipi ad