ବାରିପଦା: ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ବାସିପିଠାରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ପ୍ରଶିକ୍ଷଣ ନିମନ୍ତେ ୩ ଦିନିଆ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” ଅନୁଷ୍ଠିତ ହୋଇଯାଇଛି I ଏଥି କର୍ମଶାଳାରେ ଖୁଣ୍ଟା ବ୍ଲକର ପ୍ରାଥମିକ ବିଦ୍ୟାଳୟର ୫୭ ଜଣ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ I ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜର ଶିକ୍ଷକ ପ୍ରଶିକ୍ଷିକା ହରପ୍ରିୟା ନାୟକଙ୍କ ସଂଯୋଜନାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ପାଣି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦାବନ ମାର୍ଣ୍ଡି ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣିଙ୍କ ଉପସ୍ଥିତରେ ଏବଂ ସଂଯୋଜକ ତଥା ସାଧନ କର୍ମୀ ହରପ୍ରିୟା ନାୟକ, କବିତା ବେହେରା, ତ୍ରିଲୋଚନ ମହାନ୍ତ, ରଜତ କୁମାର ମହାନ୍ତିଙ୍କ ଦ୍ୱାରା ଏହି କର୍ମଶାଳାଟି ସୂଚାରୁରୂପେ ପରିଚାଳିତ ହୋଇଥିଲା |ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଅନୋଜ କୁମାର ମହାନ୍ତ ଶିବିର ପରିଚାଳନାରେ ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କ ବୃତ୍ତିଗତ ବିକାଶ, ଜାତୀୟ ନୀତି – ୨୦୨୦ ର ପୁନର୍ବଳନ, ସାମଗ୍ରିକ ବିଦ୍ୟାଳୟ ବିକାଶ ପାଇଁ ୭ ଟି ପରିସର ଚି଼ହ୍ନଟିକରଣ, ଉପଲବ୍ଧ ସମ୍ବଳର ଆକଳନ ପାଇଁ ସାଧନୀ ପ୍ରସ୍ତୁତିକରଣ, ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ପର୍ଯ୍ୟବେଷିତ ହୋଇଥିଲା I ଶେଷରେ ପ୍ରଧାନ ଶିକ୍ଷକ ବିନୟ କୁମାର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ l

