Drdo 1068x601

ଆଇଏଡିଡବ୍ଲ୍ୟୁଏସ ସଫଳ ପରୀକ୍ଷଣ କଲା ଡିଆରଡିଓ

ରାଜ୍ୟ

ଭୁବେନଶ୍ବର: ଭାରତୀୟ ସେନାକୁ ମିଳିଲା ନୂଆ ଶକ୍ତି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ଓ୍ବିପନ ସିଷ୍ଟମ ବା ସମନ୍ବିତ ବାୟୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଆଇଏଡିଡବ୍ଲ୍ୟୁଏସ)ର ସଫଳ ପରୀକ୍ଷଣ କରାଯାଇଛି। ଶନିବାର ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହାର ପରୀକ୍ଷଣ କରାଯାଇଥିବା ଡିଆରଡିଓ ସୂଚନା ଦେଇଛି।

ଏହା ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା। ଏଥିରେ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ତୁରନ୍ତ ପ୍ରତିକ୍ରିୟାଶୀଳ ଭୂପୃଷ୍ଠରୁ ଆକାଶମାର୍ଗକୁ ଉଦକ୍ଷେପଣ କରାଯାଇ ପାରୁଥିବା କ୍ଷେପଣାସ୍ତ୍ର ଖଞ୍ଜାଯାଇଛି। ତା’ ସହିତ ଉନ୍ନତ ଅତ୍ୟନ୍ତ ସ୍ଵଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ର ଏବଂ ଉଚ୍ଚ ଶକ୍ତିସମ୍ପନ୍ନ ଲେଜର ଭିତ୍ତିକ ଡାଇରେକ୍ଟେଡ ଏନର୍ଜୀ ଓ୍ବିପନ(ଡିଇଡବ୍ଲ୍ୟୁ) ମଧ୍ୟ ରହିଛି।

Shrutilipi ad