Img 20250823 wa0164

ରାଜ୍ୟସ୍ତରୀୟ ପାରା ଖେଳକୁଦ ପ୍ରତିଯୋଗିତା – ରଞ୍ଜନ ଓ ରଜଙ୍କୁ ସ୍ବର୍ଣ୍ଣ ପଦକ

ରାଜ୍ୟ
ବାରିପଦା: ପାରା ସ୍ପୋର୍ଟସ ଏସୋସିଏସନ, ଓଡିଶା ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ତାରକା ରଞ୍ଜନ ହାଁସଦା ଓ ରଜ ମାର୍ଣ୍ଡି ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ରଞ୍ଜନ ୧୦୦ ମିଟର, ୨୦୦ ମିଟର ଦୌଡ଼ ସହ ଲମ୍ବଡିଆଁ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ରଜ ମାର୍ଣ୍ଡି ସଟପୁଟ ଓ ଡ଼ିସକାସ ଥ୍ରୋ ରେ ପ୍ରଥମ ସ୍ଥାନ କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି I ଉଭୟ ଖେଳାଳି ଜାତୀୟ ସ୍ତରୀୟ ପାରା ଏଥଲେଟକ ମିଟ ରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି I ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ ଓ ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ପରବର୍ତ୍ତୀ ଖେଳ ପାଇଁ ଶୁଭକାମନା ଜଣାଇଛନ୍ତି I ତତସହିତ ବିଭିନ୍ନ ମହଲରୁ ଉଭୟଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିଛି I ପ୍ରକାଶ ଥାଉକି ବାରିପଦାର ରଞ୍ଜନ ଓ ଉଦଳାର ରଜ ଉଭୟେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜର ପ୍ରତିଭା ବଳରେ ଜାତୀୟ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି I
Shrutilipi ad