ଆଗରପଡ଼ା: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଆହ୍ୱାନ କ୍ରମେ ବନ୍ତ କଲେଜରେ ଅଧ୍ୟାପକ ଓ କର୍ମଚାରୀ ୧୬ ତାରିଖ ଠାରୁ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଅନୁଦାନ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି । ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ବନ୍ତ ଖଣ୍ଡ ସଂଯୋଜକ ରାଜେଶ ଲେଙ୍କା, ରାଜେଶ କୁମାର ବିଶ୍ୱାଳ, ରତିକାନ୍ତ ଜେନା, ପ୍ରକାଶ ଚନ୍ଦ୍ର ଦେବତା, ରାଜଶ୍ରୀ ନାୟକ, ସାଇ ବିନୋଦିନୀ ବେହେରା, ପ୍ରଭାକର ଦାସ, ଈଶ୍ୱର ବାରିକ, ଅଜିତ ବିଶ୍ୱାଳ, ବାଇଧର ଯେନା, କବିତା ରାଉତ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏନେଇ ଆନ୍ଦୋଳନରତ ଅଧ୍ୟାପକ ଏବଂ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

