Photo1 for the news of kadanala problem

କାଡ଼ା ନାଳକୁ ନେଇ ସମସ୍ୟା, ଏକର ଏକର ଚାଷ ଜମି ଜଳମଗ୍ନ

ରାଜ୍ୟ

ଆଗରପଡ଼ା :ଜଳ ନିଷ୍କାସନ ନହେବାରୁ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି । ବନ୍ତ ତହସିଲ ଅନ୍ତର୍ଗତ କୁମ୍ଭକରାଳ ଗାଁର ଏକର ଏକର ଚାଷ ଜମି ଜଳମଗ୍ନ ହୋଇଯାଇଥିବା ବେଳେ ଶତାଧିକ ଚାଷୀଙ୍କର ବର୍ଷକର ଆହାର ଗୋଟିଏ ପ୍ରକାର ଉଜୁଡ଼ି ଯାଇଛି । ୨୦୨୩ ମସିହାରୁ ଅଦ୍ୟାବଧି ଚାଷୀ ମାନେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଏସଂପର୍କରେ ଲିଖିତ ଭାବରେ ଅଭିଯୋଗ କରିଥିଲା ବେଳେ କୌଣସି ଅଧିକାରୀ ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱାରୋପ ନଦେଇ ଚାଷୀଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଚାଷୀଙ୍କ ସମସ୍ୟା ଜଟିଳ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ;ଦୀର୍ଘଦିନ ଧରି ଜମିରେ କାଡ଼ା ବିଭାଗ ଓ ପାଣି ପଂଚାୟତ ପକ୍ଷରୁ କାଡ଼ା ନାଳ ସଫା ନହେବା ଦ୍ୱାରା ଏପରି ପରିସ୍ଥିତି ଉପୁଜିଛି ।

Photo2 for the news of kadanalaproblem

ଉପରମୁଣ୍ଡର ହାଟଡିହି, ମରୈଗାଁ, ବସନ୍ତିଆ, ଓରାଳି, ଧନୀଓଝା ଏବଂ ବନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ସନ୍ନିକଟ ନାଳ ସହ ସମସ୍ତ ଉପରମୁଣ୍ଡର ପାଣି ଆସି ଏଠାରେ ଜମା ହେଉଅଛି, ମାତ୍ର ଏହିଠାରୁ ନିଷ୍କାସନର କୌଣସି ସୁବ୍ୟବସ୍ଥା ନଥିବାରୁ ଚାଷୀ ମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତି ପୂରଣ ଦାବି କରିବା ସହ ନିଷ୍କାସନ ନହୋଇ ପଡ଼ି ରହିଥିବା କାଡ଼ା ନାଳକୁ ତୁରନ୍ତ ସଫା କରିବାକୁ ପଂଚାନନ ସେଠୀ, ପର୍ଶୁରାମ ସ୍ୱାଇଁ, ବିନୋଦ ବିହାରୀ ସେଠୀ, ରଞ୍ଜନ ରାଉତ୍‌, ଗୋପବନ୍ଧୁ ସେଠୀ, ରବୀନ୍ଦ୍ର ରାଉତ୍‌, ନାରାୟଣ ଚନ୍ଦ୍ର ଜେନା, ବିଦ୍ୟାଧର ରାଉତ୍‌, ଭଗବାନ୍ ପଣ୍ଡା, ହରିହର ସ୍ୱାଇଁ,ପାଗୁଳୁ ପଣ୍ଡା,ନାରାୟଣ ଚନ୍ଦ୍ର ପରିଡ଼ାଙ୍କ ସହ ଶତାଧିକ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି ।

Shrutilipi ad