ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି l ବର୍ଷା ପ୍ରଭାବ ରେ ଜିଲ୍ଲାର ବିଜାତଳା ବ୍ଲକ ର ଚଢେଇ ପାହାଡି ପଞ୍ଚାୟତ ଫୁଲବାଡିଆ ଗ୍ରାମରେ ଘର ଭାଙ୍ଗି କରି ଦେଇଛି ଅସହାୟ ପରିବାରକୁ l ସୂଚନା ଅନୁଯାଇ ଗ୍ରାମର ହାଜlମ ହାଁସଦା ଆଜି ଦିନ ରେ ଲଗାଣ ବର୍ଷା ପ୍ରଭାବ ରେ ବଖରା ଘର କାନ୍ଥ ଭୁଶୁଡି ପଡିଛି l ଘର ଭିତରେ ପରିବାର ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଛନ୍ତି l ଘର ଭାଙ୍ଗି ଯିବା ଫଳରେ ଅସହାୟ ହୋଇଯାଇଛନ୍ତି ପରିବାର l ସେହିପରି ବିଜାତଳା ବ୍ଲକ ରେ ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁଁ ବହୁତ ଲୋକ ଙ୍କ ଘରଦ୍ୱାରା ଭାଙ୍ଗିଯିବା ସହିତ ରାସ୍ତା ରେ ଖାଲ ଖମାରେ ପାଣି ଜମି ରହୁଥିବାରୁ ଯାତାୟାତ ରେ ବାଧାପ୍ରାପ୍ତ ହେଉଛି। ତେଣୁ ଜିଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ବିଭାଗ ତରଫରୁ ରାସ୍ତା ମରାମତି କରିବା ସହ କ୍ଷତି ଗ୍ରସ୍ତ ପରିବାର କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି।

