Img 20250822 wa0144

ସିପିଆଇର ୨୨ତମ ମୟୂରଭଞ୍ଜ ଜିଲ୍ଲା ସମ୍ମିଳନୀ ଉଦଯାପିତ- ସାଥୀ ଜଗବନ୍ଧୁ ମିଶ୍ର ଜିଲ୍ଲା ସମ୍ପାଦକ ନିର୍ବାଚିତ 

ରାଜ୍ୟ
ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତ୍ୟାଗ, ବଳୀଦାନ ଓ ଗଣ ସଂଗ୍ରାମର ଶତ ବାର୍ଷିକୀ ଅବସରରେ ଅଗଷ୍ଟ ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ଜିଲ୍ଲା ପାର୍ଟିର ୨୨ତମ  ସମ୍ମିଳନୀ ଝାରପୋଖରିଆ, (ବମ୍ବେ ଛକ) ଠାରେ ସାଥୀ ରଥ ସିଂ ନଗରରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଶହ ଶହ ମହିଳା ପୁରୁଷ ସାଥୀ ଓ ସମର୍ଥକମାନେ ଏକ  ବର୍ଣ୍ଣାଢ଼୍ୟ ଲାଲ  ଶୋଭାଯାତ୍ରାରେ ସ୍ଥାନୀୟ ଲୋକନାଥ ମନ୍ଦିର ଠାରୁ ବାହାରି ବଜାର ପରିକ୍ରମା କରି ସାଧାରଣ ସଭା ସ୍ଥଳରେ ପହଞ୍ଚି ଥିଲେ। ସାଥୀ ଜଗବନ୍ଧୁ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ  ସଭାରେ ରାଜ୍ୟ ପାର୍ଟିର ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା ଓଡିଶା ହାଇକୋର୍ଟର ଆଇନଜୀବି ସାଥୀ ଡା. ପ୍ରଶାନ୍ତ କୁମାର ମିଶ୍ର, ସାଥୀ ଜୟନ୍ତ ଦାସ, ଜିଲ୍ଲା ପାର୍ଟିର ବର୍ଷିୟାନ ନେତା ସାଥୀ ତ୍ରିନାଥ ପାତ୍ର, ହୃଷୀକେଶ ସାହୁ, ପରମେଶ୍ବର ମହାନ୍ତ ,ବଳରାମ ମୁର୍ମୁ,ପାରାଓ ହାଁସଦା,ଚିତ୍ରମଣି ସିଂ,ମହେଶ୍ବର ବେହେରା ,ନାରାୟଣ ଟୁଡୁ  ପ୍ରମୁଖ ବକ୍ତବ୍ଯ ରଖି  ଭାରତୀୟ  କମ୍ୟୁନିଷ୍ଟ ପାର୍ଟିର ଶହେ ବର୍ଷର ଇତିହାସ ଉପରେ ଆଲୋକପାତ କରିବା ସହ  ଅପାରଗ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରର ମିଥ୍ୟା ପ୍ରତିଶୃତି ଭିତରେ ସମ୍ବିଧାନ ଓ ଗଣତନ୍ତ୍ର କଣ୍ଠରୋଧ କରାଯାଉଛି ବୋଲି ମତବ୍ଯକ୍ତ କରିବା ସହ  କୃଷକ, ଶ୍ରମିକ, ମହିଳାଙ୍କ ଉପରେ ଆକ୍ରମଣକୁ ବରଦାସ୍ତ  କରାଯାଇପାରିବ ନାହିଁ, ଓ ଏହା ବିରୁଧରେ ଜନ  ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ବାନ ଦେଇଛନ୍ତି। ଅପରାହ୍ନରେ ଜିଲ୍ଲାର ପ୍ରତ୍ୟେକ ଶାଖା ଓ ଜୋନ୍ ରୁ ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧିମାନଙ୍କ ଖୋଲା ଅଧିବେଶନ କୁ ସାଥୀ ଡା. ପ୍ରଶାନ୍ତ କୁମାର ମିଶ୍ର ଉଦଘାଟନ କରିବା ପରେ ,ଜିଲା ସଂପାଦକ ଆଗତ କରିଥିବା  ସାଂଗଠନିକ ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା କରାଯାଇ ବିଭିନ୍ନ ଜନସ୍ବାର୍ଥ ସମ୍ବଳିତ ପ୍ରସ୍ତାବକୁ ମଞ୍ଜୁରି ଦେବା ସହ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିରାମ ହୀନ ଆନ୍ଦୋଳନକୁ ଚଳାଇ ରଖିବାକୁ ପରାମର୍ଶ ଦେଇଥିଲେ। ସାଥୀ ଜୟନ୍ତ ଦାସ ଆଗାମୀ ରାଜ୍ୟ ସମ୍ମିଳନୀ ସେପ୍ଟେମ୍ବର ମାସ ୪,୫, ଓ ୬ ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ଜିଲ୍ଲାରୁ ଏକହଜାର ସାଥୀ, ଶୁଭେଚ୍ଛୁ ସଂଗ୍ରାମ,ସଂକଳ୍ପ ସମାବେଶରେ  ଯୋଗ ଦେବା ପାଇଁ  ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଛି। ଆଗାମୀ ୩ ବର୍ଷ ପାଇଁ ଏକ ୨୧ ଜଣିଆ ଜିଲ୍ଲା ପରିଷଦ ନିର୍ବାଚିତ  କରାଯାଇ ଜିଲ୍ଲା ସମ୍ପାଦକ ଭାବେ  ସାଥୀ ଜଗବନ୍ଧୁ ମିଶ୍ର,ସହ ସମ୍ପାଦକ ଭାବେ  ସାଥୀ ପରମେଶ୍ବର ମହାନ୍ତ, କୋଷାଧ୍ୟକ୍ଷ ଭାବେ ସାଥୀ ହୃଷୀକେଶ ସାହୁଙ୍କୁ ନିର୍ବାଚିତ କରାଯାଇଛି।
Shrutilipi ad