ମୟୂରଭଞ୍ଜ ଜିଲ୍ଳାରେ ଭାରତୀୟ ବାୟୁ ସେନା ତରଫରୁ ଅନୁଷ୍ଠିତ ହେବ ଅଗ୍ନିବୀର ବାୟୁ ନିଯୁକ୍ତି ରାଲି

ରାଜ୍ୟ
ବାରିପଦା: ଭାରତୀୟ ବାୟୁ ସେନା ତରଫରୁ ୯-ଏଆରମେନ ଚୟନ କେନ୍ଦ୍ର ଭୁବନେଶ୍ୱର, ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ  ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ  ଅଗଷ୍ଟ ମାସ ୨୭ତାରିଖ ରୁ ସେପ୍ଟେମ୍ବର ୩ତାରିଖ ପର୍ଯ୍ୟନ୍ତ ବାରିପଦାସ୍ଥିତ ଛଉ ପଡିଆ ଠାରେ  ବାୟୁସେନାରେ ଅଗ୍ନିବୀର ବାୟୁ ପଦବୀ ରେ ଯୋଗ ଦାନ ନିମନ୍ତେ ନିଯୁକ୍ତି ରାଲିରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।
ଏଠାରେ ଉଲ୍ଲେଖ ଯୋଗ୍ୟ କି ଆସନ୍ତା ତା ୨୭-୦୮-୨୦୨୫ ରିଖ ଠାରୁ ତା ୦୩-୦୯-୨୦୨୫ ରିଖ ପର୍ଯ୍ୟନ୍ତ ବାରିପଦା ଛଉ ପଡିଆ ଠାରେ ଭାରତୀୟ ବାୟୁ ସେନାରେ  ଅଗ୍ନିବୀର ବାୟୁ ପଦବୀରେ ପାଇଁ ଉଭୟ ପୁରୁଷ ଓ ମହିଳା ଆଶାୟୀ ପ୍ରାର୍ଥୀଙ୍କ ନିମନ୍ତେ ୩ଟି ପର୍ଯ୍ୟାୟରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଉକ୍ତ ନିଯୁକ୍ତି ରାଲିରେ ଭାରତର ୧୨ ଗୋଟି ରାଜ୍ୟ ଯଥା ଆସାମ,ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମଣିପୁର, ମିଜୋରାମ, ନାଗାଲ୍ୟାଣ୍ଡ, ସିକ୍କିମ, ପଶ୍ଚିମ ବଙ୍ଗ, ଛତିଶଗଡ ଓ ଝାରଖଣ୍ଡ ସମେତ ଓଡିଶାର ସମସ୍ତ ଜିଲ୍ଲାର   ଅବିବାହିତ ପୁରୁଷ ଓ ମହିଳା, ଚୟନ ପାଇଁ ଯୋଗ୍ୟତା ମାନଦଣ୍ଡ ପୁରଣ କରୁଥିବା ଆଶାୟୀ  ପ୍ରାର୍ଥୀ ମାନେ ଅଂଶ ଗ୍ରହଣ କରି ପାରିବେ।
ବିଶେଷ ସୂଚନା ଅନୁସାରେ ଏହି ଚୟନ ପ୍ରକ୍ରିୟାରେ ଯୋଗଦାନ ପାଇଁ ପୂର୍ବରୁ ନାମ ପଞ୍ଜିକରଣ କରିବା ଆବଶ୍ୟକ ନାହିଁ। ପ୍ରାର୍ଥୀ ମାନେ ନିର୍ଦ୍ଧାରିତ ସ୍ଥାନରେ ନିର୍ଧାରିତ ତାରିଖ ଓ ସମୟରେ  ନାମ ପଞ୍ଜିକରଣ କରି ପାରିବେ। ପ୍ରାର୍ଥୀ ମାନଙ୍କ ପାଇଁ ଶାରୀରିକ ଫିଟନେସ (PFT), ଲିଖିତ ପରୀକ୍ଷା (Written Test), ଅନୁକୂଳନ କ୍ଷମତା (Adaptability Test-I  & II) ଓ ମେଡିକାଲ ଆପଏଣ୍ଟମେଂଣ୍ଟ ହେବ।
କାର୍ଯ୍ୟସୂଚୀ ଅନୁଯାୟୀ  ୨୭-୦୮-୨୦୨୫ ରିଖ ରୁ ୨୮-୦୮-୨୦୨୫ ରିଖ ୯ଟି ରାଜ୍ୟ ଯଥା ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମଣିପୁର,ମିଜୋରାମ,ନାଗଲ୍ୟାଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡର ସମସ୍ତ ଜିଲ୍ଲାର ଯୋଗ୍ୟ ପୁରୁଷ ପ୍ରାର୍ଥୀ ମାନେ ଅଂଶ ଗ୍ରହଣ କରିପାରିବେ। ଏଥି ପାଇଁ ପ୍ରାର୍ଥୀ ମାନେ ୨୭-୦୮-୨୦୨୫ ରିଖ ପ୍ରାତଃ ୬ ଘଟିକାରୁ ୧୦ ଘଟିକା ସମୟ ମଧ୍ୟରେ ଉପସ୍ଥିତ ହେବେ।
ସେହିପରି ଦ୍ଵିତୀୟ ପର୍ଯ୍ୟାୟ ରେ ତା. ୩୦-୦୮-୨୦୨୫ ରିଖ ରୁ ୩୧-୦୮-୨୦୨୫ ରିଖ ପର୍ଯ୍ୟନ୍ତ ୨ଗୋଟି ରାଜ୍ୟ ଯଥା ଝାରଖଣ୍ଡ ଓ ସିକିମ ସମେତ ଓଡିଶାର ସମସ୍ତ ଜିଲ୍ଲାର ପୁରୁଷ ପ୍ରାର୍ଥୀ ଙ୍କ ପାଇଁ ଚୟନ ହେବ ଏଥିପାଇଁ ପ୍ରାର୍ଥୀ ମାନେ ତା ୩୦-୦୮-୨୦୨୫ ରିଖ ପ୍ରାତଃ ୬ ଘଟିକା ଠାରୁ ୧୦ ଘଟିକା ମଧ୍ୟରେ ଉପସ୍ଥିତ ହେବେ।
ସେହିପରି ତୃତୀୟ ପର୍ଯାୟରେ ତା ୦୨-୦୯-୨୦୨୫ ରିଖ ରୁ ତା ୦୩-୦୯-୨୦୨୫ ରିଖ ପର୍ଯ୍ୟନ୍ତ ୧୨ ଗୋଟି ରାଜ୍ୟର  ସମସ୍ତ ଜିଲ୍ଲାର ମହିଳା ପ୍ରାର୍ଥୀ ମାନଙ୍କ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରାର୍ଥୀ ମାନେ ତା ୦୨-୦୯-୨୦୨୫ ରିଖ ପ୍ରାତଃ ୬ ଘଟିକା ଠାରୁ ୧୦ ଘଟିକା ମଧ୍ୟରେ ଉପସ୍ଥିତ ହେବେ। ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ପ୍ରାର୍ଥୀ ମାନେ ୧ ଜାନୁଆରୀ ୨୦୦୫ ରୁ ୧ ଜୁଲାଇ ୨୦୦୮ ମଧ୍ୟରେ ଜନ୍ମ ଗ୍ରହଣ କରିଥିବେ। ( ଯେଉଁ ମାନଙ୍କ ବୟସ ସାଢେ ୧୭ବର୍ଷରୁ ୨୧ ବର୍ଷ ଭିତରେ ହୋଇଥବ) +2 କଳା ବାଣିଜ୍ୟ, ବିଜ୍ଞାନ, ବା ଯେକୌଣସି ବିଷୟରେ +2 ସହିତ ସମସ୍ତ ବିଷୟରେ ସାମୁହିକ ସର୍ବନିମ୍ନ ୫୦ ଶତକଡା ଏବଂ ଇଂରାଜୀ ବିଷୟରେ ସର୍ବନିମ୍ନ ୫୦ ଶତକଡା ନମ୍ବର ରଖିଥିବା ଆବଶ୍ୟକ। ୨ବର୍ଷର ଭକେଶନାଲ ପାଠ୍ୟକ୍ରମ/ଆଇ ଟି ଆଇ/୩ ବର୍ଷର ଡିପ୍ଲୋମା( ମେକାନିକାଲ/ ଇଲେକ୍ଟ୍ରିକଲ/ ଇଲେକ୍ଟ୍ରୋନିକସ/ଅଟମୋବାଇଲ/ କମ୍ପୁଟର ସାଇନ୍ସ/ଇନ୍ସ୍ତୃମେଣ୍ଟେସନ/ଆଇ ଟି) ସମସ୍ତ ବିଷୟରେ ସାମୁହିକ ସର୍ବନିମ୍ନ ୫୦ ଶତକଡା ଏବଂ ଇଂରାଜୀ ରେ ସର୍ବନିମ୍ନ ୫୦ ଶତକଡା ନମ୍ବର ଥିବା ଦରକାର। ଯଦି ଏହି ସବୁ ପାଠ୍ୟକ୍ରମ ରେ ଇଂରାଜୀ ବିଷୟ ନଥିବ, ମ୍ୟାଟ୍ରିକ ରେ ଇଂରାଜୀ ରେ ସର୍ବନିମ୍ନ ୫୦ ଶତକଡା ନମ୍ବର ଥିବା ଦରକାର।   ଶାରୀରିକ ଗଠନ ଯୋଗ୍ୟତା ଅନୁସାରେ ପୁରୁଷ ଓ ମହିଳା ଉଭୟ ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ଉଚ୍ଚତା ୧୫୨ ସେଣ୍ଟିମିଟର ହୋଇଥିବ ଏବଂ ଓଜନ (ଉଚ୍ଚତା ଓ ବୟସ ) ଅନୁପାତ ରେ ହୋଇଥିବା ଆବଶ୍ୟକ, ସେହିପରି ବକ୍ଷ ଚଉଡାଇ ପୁରୁଷ ଙ୍କ ପାଇଁ ନ୍ୟୁନତମ ୭୭ ସେ.ମି. ହେବା ଉଚିତ ଏବଂ ବିସ୍ତାର ୫ ସେ ମି ହେବା ଆବଶ୍ୟକ ଏବଂ ମହିଳା ପ୍ରାର୍ଥୀ ଙ୍କ ପାଇଁ ବକ୍ଷ ବିସ୍ତାର ଅନିରବାୟ ଭାବେ ୫ ସେ ମି ହେବା ଆବଶ୍ୟକ। ଏହି ସବୁ ଇତ୍ୟାଦି ଭିତ୍ତିରେ ନିଯୁକ୍ତି ପାଇଁ ଅଂଶ ଗ୍ରହଣ କରି ପାରିବେ।
ଅଂଶ ଗ୍ରହଣ କରିବା ନିମନ୍ତେ ଇଛୁକ ପ୍ରାର୍ଥୀ ମାନେ ସାଙ୍ଗରେ ମ୍ୟାଟ୍ରିକୁଲେସନ,+2/ଇଣ୍ଟର ମେଡ଼ିଏଟ /ଡିପ୍ଲୋମା/ବୃତ୍ତି ମୂଳକ ପାଠ୍ୟ କ୍ରମ ର ଅସଲି ମାର୍କ ସିଟ ଓ ପାସ ସାର୍ଟିଫିକେଟ ସହିତ ଏକ କିତା ନକଲ ମାର୍କ ସିଟ ଓ ପାସ ସାର୍ଟିଫିକେଟ,  ଏନସିସି A, B, କିମ୍ବା C ସାର୍ଟିଫିକେଟ, ବାୟୁ ସେନା ଙ୍କ ସନ୍ତାନ ନିମିତ୍ତ ପ୍ରମାଣ ପତ୍ର, ଆଧାର କାର୍ଡ, ବାସିନ୍ଦା ସାର୍ଟିଫିକେଟ, ଜାତିଗତ ପ୍ରମାଣ ପତ୍ର, ବର୍ତମାନର ପା୍ସପୋର୍ଟ ସାଇଜର   କଲର ଫୋଟୋ ୨୦ ଟି କପି  ଆଣିବା ଆବଶ୍ୟକ। ପ୍ରାର୍ଥୀ ମାନେ ନିର୍ଧାରିତ Test ପ୍ରକ୍ରିୟା ରେ ଅଂଶ ଗ୍ରହଣ କରି କୃତ କାର୍ଯ୍ୟ ହେଲେ ଅଗ୍ନିବୀର ବାୟୁ ପଦବୀ ରେ ଯୋଗ ଦାନ କରିପାରିବେ।
ଆଗ୍ରହୀ ପ୍ରାର୍ଥୀ ମାନେ ଏହି ନିଯୁକ୍ତି ରାଲି ରେ ଯୋଗ ଦେଇ ଏହାର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି। ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଆଗ୍ରହୀ ପ୍ରାର୍ଥୀ ମାନେ ସେମାନଙ୍କ ସମ୍ପୃକ୍ତ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଠାରୁ ମଧ୍ୟ ପାଇପାରିବେ।
Shrutilipi ad