ଆଗରପଡ଼ା :ଆଗରପଡ଼ା କଲେଜ ୪୫ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଡ. ନାରାୟଣ ସେନାପତି, ବଉଳା କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ଖାମୁରାଇ,ପ୍ରତିଷ୍ଠା ଦିବସ କମିଟି ଉପସଭାନେତ୍ରୀ ଅଧ୍ୟାପିକା ପ୍ରେମଲତା ଦାଶ ପ୍ରମୁଖ ଆୟୋଜିତ ସଭାରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ମୂଲ୍ୟବାନ ଉପଦେଶମାନ ଦେଇଥିଲେ । କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ସହାୟକ ଅଶୋକ ସାହୁ ବାର୍ଷିକ ବିବରଣୀ ପାଠ ଓ ଡେମନଷ୍ଟ୍ରେଟର ମହେଶ୍ୱର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

