Wer

ନୂଆଗାଁ ରେ ୧୪ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଧାନ ଫସଲ ନଷ୍ଟ କଲେ ହାତୀପଲ

ରାଜ୍ୟ
  • ମାଣିକପୁର ଜଙ୍ଗଲରେ ହାତୀ ବାନ୍ଧିଛନ୍ତି ଡେରା
ବାରିପଦା: ମୟୂରଭଂଜ ଜିଲ୍ଲାର  ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତର ନୂଆଗାଁ  ଗ୍ରାମର ୧୦ ରୁ ଉର୍ଦ୍ଧ୍ବ  ଚାଷୀଙ୍କ ଧାନବିଲକୁ ବୁଧବାର ରାତିରେ ହାତୀପଲ ଦଳି ଚକଟି ନଷ୍ଟ କରିଥିବା ଗ୍ରାମବାସୀ ଦୁଃଖରେ ପ୍ରକାଶ କରିଛନ୍ତି ।ଚାଷୀମାନେ ହେଲେ କୁନା  ମାଟୁରାମ ମୁଣ୍ଡା, କୁନୁ ମୁଣ୍ଡା, ମୁନା ମୁଣ୍ଡା, ରତନ ମୁଣ୍ଡା, ଗର୍ଧନ ମୁଣ୍ଡା, ସୁଶାନ୍ତ କୁମାର ମୁଣ୍ଡା, ଟିକି ମୁଣ୍ଡା, ଚନ୍ଦ୍ର ମୁଣ୍ଡା ସହନ ମୁଣ୍ଡା,  ଭାବି ମୁଣ୍ଡା,ରାଘ ମୁଣ୍ଡା, ରଜ ମୁଣ୍ଡା,ସୁକୁରା ମୁଣ୍ଡା ଏବଂ ସନାତନ ମୁଣ୍ଡା   ।ଧାନବିଲ ନଷ୍ଟ ଦେଖି ଚାଷୀ ମୁଣ୍ଡରେ ହାତ  ଦେଇଛନ୍ତି ।ତେଣୁ ପ୍ରଶାସନ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ସହାୟତା ରାଶି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
Shrutilipi ad