ଆଗରପଡ଼ା :ଆଗରପଡ଼ା ସ୍ଥିତ ବଡମହିଷଗୋଠ ଗ୍ରାମପଂଚାୟତ ଅଧିନ ହରିପୁର ଗ୍ରାମର ଅବସରପ୍ରାପ୍ତ ସମବାୟ କର୍ମଚାରୀ ପ୍ରଭାକର ପଣ୍ଡା(୭୪) ବର୍ଷ ରେ ପରଲୋକ ହୋଇଛି । ସୂଚନାମୂଳେ ଗୁରୁବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ପରେ କଟକ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରୁଥିବା ରାସ୍ତାରେ ତାଙ୍କ ର ମୃତ୍ୟୁ ହୋଇ ଥିଲା । ସେ ପ୍ରଥମେ ପୁରୁଷଣ୍ଢ ସେବା ସମବାୟ ସମିତି ରେ ସହ ସମ୍ପାଦକ ଭାବେ ନିଯୁକ୍ତି ପାଇ ପଦନ୍ନିତି ପରେ ସରମରା ସମିତିର ସମ୍ପାଦକ ଓ ଭଦ୍ରକ-ବାଲେଶ୍ୱର ବ୍ୟାଙ୍କ ର କ୍ୟାସିୟର ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ଉଚ୍ଚ ପ୍ରଶଂସା ପାଇଥିଲେ । ଅବସର ପରେ ବିଭିନ୍ନ ଆଧ୍ୟାତ୍ମିକ ଏବଂ ସାମାଜିକ କାର୍ଯ୍ୟକ୍ରମ ରେ ଜଡିତ ଥିଲେ । ବୟସାଧିକ କାରଣରୁ ସେ କିଛି ଦିନ ହେବ ଘରୋଇ ଚିକିତ୍ସା ରେ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମାନ୍ୟଗନ୍ୟ ବ୍ୟକ୍ତି ,ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ ଶେଷ ଦର୍ଶନ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ବିଧବା ପତ୍ନୀ, ଭାଇତଥା ଅବସର ପ୍ରାପ୍ତ ଅର୍ଥ ବିଭାଗର ଯୁଗ୍ମ ସଚିବ ପ୍ରଫୁଲ୍ଲ କୁମାର ପଣ୍ଡା,ପୁତ୍ର ଜ୍ୟେତି ଶଙ୍କର ଓ ଗିରିଜା ଶଙ୍କର ,ପୁତ୍ର ବଧୂ ,ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗ୍ରାମ ପରିକ୍ରମା କରାଯାଇ ଶବ ଦାହ କରାଯାଇ ଥିଲା ।

