ବାରିପଦା – ମୟୁରଭଞ୍ଜ ଫଟୋଗ୍ରାଫଅର ଓ ଭିଡିଓ ଗ୍ରାଫର ଏସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ସାଇବିନାୟକ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ଫିଟଗ୍ରାଫି ଦିବସ ପାଳିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ, ମୟୁରଭଞ୍ଜ, ଡ଼ଃ ଦୟାସିନ୍ଧୁ ପରିଡ଼ା, ଉପ -ଜିଲ୍ଲାପାଳ, ବାରିପଦା ଓ କୃଷ୍ଣନନ୍ଦ ମହାନ୍ତି, ନଗରପାଳ, ବାରିପଦା ପୌରପରିଷଦ ପ୍ରମୁଖ ବିଶେଷ ଅତିଥିଭାବେ ଯୋଗ ଦେଇ ଏହି ଦିବସରେ ମୟୁରଭଞ୍ଜ ଜିଲ୍ଲାର 5ଜଣ ବର୍ଷିୟାନ ଫଟୋଗ୍ରାଫର ଉଦଳା ରୁ ଆଶିଷ ମହାନ୍ତି, (ଆଶିଷ ଷ୍ଟୁଡ଼ିଓ) କୁଳିଅଣା ରୁ ମନ୍ମଥ ନାଏକ (ମିନି ଷ୍ଟୁଡ଼ିଓ ), ବାଙ୍ଗିରିପୋଷି ରୁ ସୋମନାଥ ନାଏକ (ମାନସୀ ଷ୍ଟୁଡ଼ିଓ), କରଂଜିଆ ରୁ ନଳିନ୍ଦ୍ର କୁମାର ସେଠି (ଅଞ୍ଜନା ଷ୍ଟୁଡ଼ିଓ ) ଓ ରାଇରଙ୍ଗପୁର ର ଛଟୁପୋଦକ ମୋଦକ (ଷ୍ଟୁଡ଼ିଓ ମୋନାଲିସା ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ) l ଏସୋସିଏସନର ସଭାପତି ସଂଜୀବ କୁମାର ଦ୍ବିବେଦୀ ଏହି କାର୍ଯ୍ୟକ୍ରମକୁ ପୌରହିତ କରିଥିବା ବେଳେ ଶେଷରେ ସମ୍ପାଦକ ଭବାନୀ ଶଙ୍କର ରାମ ଧନ୍ୟବାଦ ଅର୍ପଣ ଦେଇଥିଲେ l ଏଥିରେ ମୟୁରଭଞ୍ଜ ଜିଲ୍ଲାରୁ ଶତାଧିକ ଫଟୋଗ୍ରାଫର ଯୋଗ ଦେଇଥିବା ବେଳେ ଆସନ୍ତା ଡିସେମ୍ବର 21 – 2025 ରେ ବାର୍ଷିକ ଉତ୍ସବ କରାଯିବାର ଘୋଷଣା କରାଯାଇଥିଲା l

