Img 20250819 wa0118

ରାଜ୍ୟସ୍ତରୀୟ ଏନ ସି ସି ଶିବିରରେ ମୟୁରଭଞ୍ଜ ପାଇଁ ଗୌରବ ଆଣିଲେ ଅସନଯୋଡ଼ା ପି ଏମ ଶ୍ରୀ ସ୍କୁଲ 

ରାଜ୍ୟ
ବାରିପଦା-: ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମର ଶିକ୍ଷାର୍ଥୀ ବାହିନୀ ଶିବିରରେ ବାରିପଦା ନିକଟସ୍ଥ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଅସନଯୋଡ଼ା ର ୩୫ ଜଣିଆ ଏନ ସି ସି ଟ୍ରୁପ ଅଂଶଗ୍ରହଣ କରିବା ସହ ଜିଲ୍ଲାପାଇଁ ସଫଳତା ଆଣିଛନ୍ତି I ବିଦ୍ୟାଳୟର ଏନ ସି ସି ଅଫିସର ଉମା ଦେ ଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିବା ଏହି ଦଳର ଲିଡର ଭାବେ ମାନିନୀ ମୁର୍ମୁ ଓ କମାଣ୍ଡର ଭାବେ ଭୂମିକା ମାଝୀ ସାମିଲ ହୋଇଥିଲେ I ଚଳିତ ମାସ ୯ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଶିବିରରେ ଏହି ଦଳ ବିଭିନ୍ନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ପ୍ରତିପାଦନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ଏହି ଅବସରରେ ଆୟୋଜିତ ସାମୁହିକ ନୃତ୍ୟ ଗୀତରେ ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ବିଦ୍ୟାଳୟରେ ପହଂଚିବାପରେ ବିଦ୍ୟାଳୟ ପରିସରରେ  ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ତଥା ଛାତ୍ରୀମାନେ ମହାସମାରୋହରେ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ I ଖବର ପାଇ ଜିଲ୍ଲା ମଙ୍ଗଳ ବିଭାଗ, ଅବିଭାବକ, ସ୍ଥାନୀୟ ଅଂଚଳବାସୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି I
Shrutilipi ad