Img 20250819 wa0138

ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳରେ ଜନ୍ମାଷ୍ଟମୀ ପାଳନ

ରାଜ୍ୟ
ବାରିପଦା : ସ୍ଥାନୀୟ ପୁରୁଣା ହାଟ ସାହି ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳରେ ସ୍ୱାଧୀନତା ଦିବସ ସହିତ ଜନ୍ମାଷ୍ଟମୀ ନନ୍ଦଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି l
ବ୍ରହ୍ମ କୁମାରୀ ମୟୂର ଭଞ୍ଜ ର ମୁଖ୍ୟ ବି କେ ଉମା ଭଉଣୀ ଙ୍କ ମାର୍ଗ ଦର୍ଶନ କ୍ରମେ ଆଶ୍ରମ ପରିସରରେ ସ୍ୱାଧୀନତା ଦିବସ ପାଳନ ସହ ପତାକା ଉତ୍ତୋଳନ କରା ଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୁର୍ବତନ ପି ସି ସିଏଫ ତଥା ଲୋକାୟୁକ୍ତ ଡ଼ ଦେବବ୍ରତ ସ୍ୱାଇଁ ଯୋଗ ଦେଇଥିଲେ l ଏହି ଅବସରରେ ସ୍ୱାଧୀନତା ଦିବସ ଓ ପବିତ୍ର ଜନ୍ମାଷ୍ଟମୀ ପାଳନର ଗୁରୁତ୍ୱ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ l ଆଶ୍ରମ ପକ୍ଷରୁ ମୁଖ୍ୟଅତିଥି ଶ୍ରୀ ଚୌଧୁରୀଙ୍କୁ ଶ୍ରୀକୃଷ୍ଣ ଙ୍କ ଫଟୋ ଚିତ୍ର ଉପହାର ସ୍ୱରୂପ ପ୍ରଦାନ କରା ଯାଇଥିବା ବେଳେ ସେଭ ଏଲିଫେଣ୍ଟ ଫାଉଣ୍ଡେସନ ପକ୍ଷରୁ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ ରଜନୀ କାନ୍ତ ଜେନା ଶ୍ରୀ ଚୌଧୁରୀ ଙ୍କୁ ଗଜରାଜ ମହେନ୍ଦ୍ର ର ମୋମେଣ୍ଟ ପ୍ରଦାନ କରିଥିଲେ l
ଏହି ଅବସର ରେ ଶିଶୁ ଶିଳ୍ପୀ ତିତିଲି ଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରା ଯାଇଥିଲା l ବିକେ ଗୀତା ଭଉଣୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିକେ ମାମୁନି ଏବଂ ବିକେ ସୀମା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
Shrutilipi ad