Img 20250819 wa0136

ବାବା ବଳିଆ ଙ୍କ ବାରିପଦା ଗସ୍ତ, ସୃଷ୍ଟି ର ସୁରକ୍ଷା ନିମିତ୍ତ ବୃକ୍ଷ ରୋପଣ କରିବାକୁ କଲେ ନିବେଦନ 

ରାଜ୍ୟ
ବାରିପଦା : ଶିଶୁ ଅନନ୍ତ ଆଶ୍ରମ ର ପ୍ରତିଷ୍ଠାତା, ସମାଜ ସଂସ୍କାରକ ପରମପୂଜ୍ୟ ଶ୍ରୀମଦ ବାବା ବଳିଆ ବାରିପଦା ଗସ୍ତରେ ଆସି ସୃଷ୍ଟିର ସୁରକ୍ଷା ନିମିତ୍ତ ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ପାଞ୍ଚଟି ଲେଖାଏଁ ବୃକ୍ଷ ରୋପଣ କରିବାକୁ ନିବେଦନ କରିଛନ୍ତି l ଏଥି ସହିତ ମଦ ମାଂସ ହିଂସା କୁ ପରିହାର କରି ସମାଜରେ ସଦଭାବ ପ୍ରତିଷ୍ଠା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ନିବେଦନ କରିଛନ୍ତି l ବାବା ବଳିଆ କହିଛନ୍ତି ଯେ, ଏ ପୂଣ୍ୟ ଭୁମି ଭାରତ ସାଧୁ ସନ୍ୟାସୀର ଦେଶ l ତୀର୍ଥ ସନ୍ଥର ଦେଶ l ଋଷି ମୁନି ଙ୍କ ତ୍ୟାଗ ତପସ୍ୟା ସାଧନା ଜ୍ଞାନ ବିଜ୍ଞାନର  ଦେଶ l ଶରୀର ଉପଭୋଗର ବସ୍ତୁ ନୁହେଁ, ଶରୀର ଆତ୍ମାର ଆଧାର l ଜୀବନର ଗତି କୁ ଉର୍ଦ୍ଧ୍ୱ କୁ ନେବାର ମାଧ୍ୟମ l ସୁତରାଂ ଦିବ୍ୟ ଜୀବନକୁ ନଷ୍ଟ ନ କରି ଭଗବାନ ଙ୍କ ସୃଷ୍ଟି କୁ ସୁରକ୍ଷିତ କରି ରଖିବାକୁ ହେବ ତେବେ ଯାଇ ସୃଷ୍ଟି ରହିବ ବୋଲି କହିଛନ୍ତି l ବାରିପଦା ଠାରୁ 11 କିମି ଦୂର କାଲା ଝିନେଇ ସ୍ଥିତ ଅନନ୍ତ ଯୋଗେଶ୍ୱର ପୀଠ ରେ ବାବା ବଳିଆ ଅବସ୍ଥାନ କରି ଅଗଣିତ ଭକ୍ତ ଏବଂ ଶିଷ୍ୟ ଙ୍କୁ ଦର୍ଶନ ଦେଇଛନ୍ତି l ମଙ୍ଗଳବାର ପବିତ୍ର କାଳୀୟ ଦଳନ ଏକଦୋଷୀ ଶୁଭ ଅବସରରେ କାଲା ଝିନେଇ ଆଶ୍ରମରେ ହୋମ ଯଜ୍ଞ ପୂଜାର୍ଚନା ଅନୁଷ୍ଠିତ ହୋଇଥିଲା l ଆଶ୍ରମର ମୁଖ୍ୟ ପୂର୍ଣ୍ଣ ଚନ୍ଦ୍ର ଦାଶ ମହାଶୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ରେ ଅଗଣିତ ଭକ୍ତ ପୀଠ ରେ ପୂଜା ଅର୍ଚନା ସହ ବାବା ବଳିଆ ଙ୍କୁ ଦର୍ଶନ କରି କୃପା ଭିକ୍ଷା କରିଥିଲେ l ଏହି ଅବସରରେ ସମସ୍ତ ଶ୍ରଦ୍ଧାଳୁ ଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା l
Shrutilipi ad