ଆଗରପଡ଼ା :ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରାୟୋଜିତ ସଂସ୍କୁତ ଦିବସ ଓ ଲୋକଭାଷା ପ୍ରଚାର ସମିତି ବରପଦା ଦ୍ୱାରା ଆୟୋଜିତ ୧୦ ଦିନ ବ୍ୟାପି ସଂସ୍କୃତ ସମ୍ଭ।ଷଣ ଶିବିର ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ଉଦଯାପନୀ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ଶଙ୍କର୍ଷଣ ଦାଶଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଅବସରପ୍ରାପ୍ତ କର୍ମଚାରୀ ତଥା ସୁ ସାହିତ୍ୟିକ କୀର୍ତ୍ତନ ଚରଣ ନାୟକ,ଅଧ୍ୟାପକ ସୁବାସ ଚନ୍ଦ୍ର ନାୟକ, ଚନ୍ଦ୍ରକାନ୍ତ ବେହେରା, ମନୋଜ କୁମାର ରାଉତ, ସୁଶାନ୍ତ କୁମାର ବେହେରା, ପଣ୍ଡିତ ଦେବେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସବୁ ଭାଷାର ଜନନୀ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ହୋଇ ପାରିଲେ ଭାରତ ବର୍ଷର ଗରିମା ବୃଦ୍ଧି ପାଇବ ବୋଲି କହିଥିଲେ । ଏଥିପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଂସ୍କୃତ ସପ୍ତାହ ପାଳନ କରାଯାଉଅଛି ।ସଂସ୍କୃତ ଶ୍ଳୋକ, ଶୁଭାଷିତ ପାଠ, ସଂସ୍କୃତ ଗୀତ ପ୍ରତିଯୋଗିତା, ଗଳ୍ପ ପ୍ରତିଯୋଗିତା, ସରଳସଂସ୍କୃତ ସମ୍ଭାଷଣ, ପଥପ୍ରାନ୍ତ ନାଟକ, ଲଘୁ ନାଟିକା ପ୍ରଦର୍ଶନ, ସଂସ୍କୃତ ଅନୁବାଦ, ସଂସ୍କୃତ ଭାଷଣ ପ୍ରତିଯୋଗିତା, ଜଣାଅଜଣା ପ୍ରଶ୍ନ ମଂଚ, ନାଚ, ଗୀତ,ବସ୍ତୁ ପ୍ରଦର୍ଶନୀ ଓ ସଂସ୍କୃତ ଶୋଭାଯାତ୍ରା ଆଦି କାର୍ଯ୍ୟକ୍ରମ ହୋଇଥିଲା । କର୍ମଚାରୀ ଉତ୍ତମ ବିଶ୍ୱାଳ,ଶଙ୍କର୍ଷଣ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

