Img 20250818 wa0150

ମୁଣ୍ଡାରୀ ମାଧ୍ୟମିକ ଶିକ୍ଷା ବୋର୍ଡ ର ପରୀକ୍ଷା ଫଳ ପ୍ରକାଶିତ

ରାଜ୍ୟ

ବାରିପଦା -ଭାରତ ମୁଣ୍ଡା ସମାଜ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ମୁଣ୍ଡାରୀ ମାଧ୍ୟମିକ ଶିକ୍ଷା ବୋର୍ଡ ଆନୁକୂଲ୍ୟରେ 2024-25 ବର୍ଷ ପାଇଁ ଗତ ଜୁନ1ରୁ 8  ତାରିଖ ମଧ୍ୟରେ ଅନୁଷ୍ଠିତ ମୁଣ୍ଡାରୀ ବାନା (ଲିପି) ପରୀକ୍ଷା ର ଫଳାଫଳ  ପ୍ରକାଶିତ ପାଇଅଛି l ପ୍ରକାଶିତ ଫଳାଫଳ ଅନୁଯାୟୀ ଓଡିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ରାଜ୍ୟର 1050 ଜଣ ଛାତ୍ର ଛାତ୍ରୀ ଏହି ପରୀକ୍ଷାରେ ପାସ କରିଛିନ୍ତି l ବୋର୍ଡ ର ଚେୟାରମେନ ରବିନ୍ଦ୍ର ନାଥ ସିଂ, ପରୀକ୍ଷା ନିୟନ୍ତ୍ରକ ଗୋବରଦ୍ଧନ ସିଂ,ଭାରତ ମୁଣ୍ଡା ସମାଜର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ନାଥ ସିଂ, ସଂଘର ଓଡିଶା ରାଜ୍ୟ ଉପଦେଷ୍ଟା ମନୋଜ ମୁଣ୍ଡା,ଉପସଭାପତି ସୁନାରାମ ସିଂ, ଅଫିସ ସମ୍ପାଦକ ବାଇଧର ସିଂ, ଶିକ୍ଷା ସମ୍ପାଦକ ବିଜୟ କୁମାର ସିଂ,ସମ୍ପାଦକ ଜୟରାମ ସିଂ, ଯୁବ କମିଟି ସଭାପତି ଶବରନ ସିଂ, ସଭ୍ୟ ରଘୁନାଥ ସିଂ ଏବଂ ଲମ୍ବୋଧର ସିଂ, ଶୁକଦେବ ସିଂ ପ୍ରମୁଖ ଙ୍କ ଉପସ୍ଥିତିରେ ଫଳାଫଳ ପ୍ରକାଶ କରାଯାଇଥିଲା l

Shrutilipi ad