Saturday, March 07, 2026
Gold

ଓଡ଼ିଶା ମାଟି ତଳେ ରହିଛି ୨୦ ଟନ୍ ସୁନା

ରାଜ୍ୟ

ଭୁବନେଶ୍ବର: ରାଜ୍ୟର ମାଟିତଳେ ବ୍ୟାପକ ସୁନା ଭଣ୍ଡାର ଠାବ କରାଯାଇଛି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍‌ଆଇ) ଓଡ଼ିଶା ମାଟିତଳେ ସୁନା ଥିବା ସ୍ପଷ୍ଟ କରିଛି। ସେଗୁଡ଼ିକର ସନ୍ଧାନ ଏବେ ବିଭିନ୍ନ ପର୍ଯ୍ୟାୟ‌ରେ ରହିଛି। ଏକ ଆକଳନ ଅନୁସାରେ ରାଜ୍ୟରେ ୧୦ରୁ ୨୦ ଟନ୍ ପର୍ଯ୍ୟନ୍ତ ସୁନା ରହିଛି।

କିଛି ମାସ ତଳେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ସୂଚନା ଅନୁସାରେ ଦେବଗଡ଼ର ଅଡ଼ଶ-ରାମପଲ୍ଲୀ, ସୁନ୍ଦରଗଡ଼, ନବରଙ୍ଗପୁରକେନ୍ଦୁଝରଅନୁଗୁଳ ଓ କୋରାପୁଟରେ ସୁନା ଠାବ କରାଯାଇଛି। ମୟୂରଭଞ୍ଜମାଲକାନଗିରିସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ସୁନା ଅନ୍ବେଷଣ ଜାରି ରହିଛି। ଖୁବ୍‌ଶୀଘ୍ର ସୁନା ଖଣି ନିଲାମ କରିବାକୁ ମଧ୍ୟ ରାଜ୍ୟ ସରକାର ଚାହୁଛନ୍ତି। ସେଥିପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ ହୋଇଛି। ଦେବଗଡ଼ରେ ଥିବା ସୁନା ଖଣିକୁ ନିଲାମ କରିବା ଲାଗି ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଓ ଜିଏସ୍‌ଆଇ ମିଳିତ ଭାବେ ଉଦ୍ୟମ କରୁଛନ୍ତି।

ଦେଶକୁ ପ୍ରତିବର୍ଷ ୭୦୦-୮୦୦ ଟନ୍ ସୁନା ଆମଦାନୀ କରାଯାଉଛି। ଦେଶ ଭିତରେ ବର୍ତ୍ତମାନ ସୁଦ୍ଧା ସୁନା ଉତ୍ପାଦନ ୧.୬ ଟନ୍‌ରେ ସୀମିତ ରହିଛି। ଯଦି ଓଡ଼ିଶାରେ ସନ୍ଧାନ କରାଯାଇଥିବା ସୁନା ଖଣିଗୁଡ଼ିକୁ ଶୀଘ୍ର ନିଲାମ କରି ଉତ୍ତୋଜନକ୍ଷମ କରାଯିବ, ତେବେ ସୁନା ଆମଦାନୀ ବାବଦରେ ହେଉଥିବା ବୈଦେଶିକ ମୁଦ୍ରା ଖର୍ଚ୍ଚକୁ ଅନେକାଂଶରେ ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Shrutilipi ad