Img 20250817 wa0152

ପଶ୍ଚିମ ମୟୂରଭଂଜ ନୂତନ ବିଜେଡି ଜିଲ୍ଲା ସଭାପତି ଏବଂ ଵିଜାତଳା ବ୍ଳକ ସଭାପତିଙ୍କୁ ବ୍ଲକ ବିଜେଡି ତରଫରୁ ଭବ୍ୟ ସମ୍ଵର୍ଧନା

ରାଜ୍ୟ
ବାରିପଦା: ରାଜ୍ୟରେ ବିଜେଡି ତୃଣମୂଳ ସ୍ତରରେ  ସଂଗଠନକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିବା କରିବା ଆରମ୍ଭ କରି ଦେଇଛନ୍ତି ।ଆଉ ଦେଢ଼ ବର୍ଷ ପରେ ତ୍ରିସ୍ତରୀୟ ନିର୍ବାଚନ ହେବ ।ତେଣୁ ଦଳ ଆଗୁଆ ସତର୍କତା  ଅବଲମ୍ବନ କରିଛି । ଆଜି ମୟୂରଭଂଜ ଜିଲ୍ଲାର‌ ସାରସକଣା ନିର୍ବାଚନ ମଣ୍ଡଳୀର ଵିଜାତଳା ଵ୍ଳକ ଵିଜେଡି ତରଫରୁ ନୂତନ ବିଜେଡି ଜିଲ୍ଲା ସଭାପତି ଏବଂ ବ୍ଳକ ବିଜେଡି ସଭାପତି ତରଫରୁ ବ୍ଳକ ବିଜେଡି ତରଫରୁ ସମ୍ବର୍ଦ୍ଧନା କରାଯାଇଛି ।ଆଜି ରବିବାର  ଵିଜାତଳା ହାଟ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ତଥା ଵରିଷ୍ଠ ବିଜେଡି ନେତା  ନିମାଇ  ଚ୍ଣମୁର୍ମୁ ଙ୍କ ସଭାପତିତ୍ବରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ନୂତନ ବିଜେଡି ଜିଲ୍ଲା ସଭାପତି ତଥା ସାରସକଣା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଡ଼ାଃ.ଦେବାଶିଷ ମାରାଣ୍ଡି ଏବଂ ଦିତୀୟ  ଥର ପାଇଁ ବ୍ଳକ ବିଜେଡି ସଭାପତି ଅଳଂଙ୍କୃତ କରିଥିବା  ମାଝିଆ ରାମଚନ୍ଦ୍ର ଟୁଡୁ ,ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ଟୁଡୁ ,ଵିଜାତଳା ସରପଞ୍ଚ ଦମୟନ୍ତୀ ଟୁଡୁ,ପ୍ରାକ୍ତନ ବିଜାତଳା ସରପଞ୍ଚ ରାମଚନ୍ଦ୍ର ଟୁଡୁ ସମେତ ବିଭିନ୍ନ ପଞ୍ଚାୟତର ବିଜେଡି ନେତୃବୃନ୍ଦ ଯୋଗ ଦେଇଥିଲେ ।ଦଳୀୟ ନେତୃଵୃନ୍ଦ ନୂତନ ଵିଜେଡି ଜିଲ୍ଲା ସଭାପତି  ଡା. ଦେବାଶିଷ ମାରାଣ୍ଡିଏବଂ ବ୍ଳକ ବିଜେଡି ସଭାପତି  ମାଝିଆ  ରାମ ଟୁଡୁଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଡ଼ା. ମାରାଣ୍ଡି କହିଥିଲେ ବିଜେଡି ଏବେ ବି ଲୋକଙ୍କ ହୃଦୟରେ ଅଛି ।ବିଜେଡି କୃଷକ,ମହିଳା,ଯୁବ,ଛାତ୍ର,ଶ୍ରମିକଙ୍କ ଦଳ ।ଦଳ ହାରୁ ବା ଜିତୁ ଓଡ଼ିଶାର ସ୍ବାର୍ଥ ପାଇଁ ଲଢିବ ।ତେଣୁ ସମସ୍ତେ ଏକହୋଇ ବିଜେଡି ଛତା ତଳେ ରହି ସାରସକଣା ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ କାମ କରିବା ।ତେଣୁ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ ପଡ଼ିବ ।ସେହିଭଳି ବ୍ଳକ ବିଜେଡି ସଭାପତି କହିଥିଲେ ବିଜାତଳାର ସାମଗ୍ରିକ ଉନ୍ନତି ଏବଂ ଵିଜାତଳା ଵ୍ଳକର ସମସ୍ତ ଦଳୀୟ‌କର୍ମୀଙ୍କୁ ନେଇ ଆଗକୁ ବଢିବା ।ତୃଣମୂଳ ସ୍ତରରେ ଜନତାଙ୍କ ହୃଦୟରେ ବିଜେଡି ଅଛି ।ଆଗକୁ ପଞ୍ଚାୟତ‌ନିର୍ବାଚନ ।ତେଣୁ ସମସ୍ତେ ଏକ ମନ ହୋଇ ସେ ତର ଗଠନକୁ ସୁଦୃଢ କରିବା ଉଚିତ ।ପରେ ବିଜାତଳା ବ୍ଳକର ବରିଷ୍ଠ ନେତୃବୃନ୍ଦ,ଯୁବ ନେତୃବୃନ୍ଦ କୁ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସମ୍ବର୍ଦ୍ଧନା ଉତ୍ସବରେ ଦିର୍ଘ ଦେଢ଼ ବର୍ଷ ପରେ ପୁଣି ଏକାଠି ହେବା ସହ ଏହି ଉତ୍ସବରେ ଯୋଗ ଦେଇ ସଫଳ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ  ।ଦିର୍ଘ ଦେଢ଼ ବର୍ଷପରେ  ଦଳୀୟ କର୍ମୀ ଏକାଠି ହୋଇଥିବାରୁ ଦଳୀୟ କର୍ମୀ ମହଲରେ ଆନନ୍ଦର ଲହରି ଖେଳିଯାଇଥିଲା ।
Shrutilipi ad