କଟକ : ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଓ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମ ରେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ସୁନିତା ସଡଙ୍ଗୀ ଅତିଥୀ ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଅତିଥୀମାନଙ୍କୁ ସ୍ଵାଗତ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ସଚିବ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ଜେନା, ଆଇନଜିଵୀ ବିଜୟ କୁମାର ପଣ୍ଡା, ରଜନୀକାନ୍ତ ଦାଶ ଅତିଥୀ ଭାବରେ ଯୋଗ ଦେଇଥିଲେ।
ଆଇନଜିବୀ ବିଜୟ କୁମାର ପଣ୍ଡା ସିପିସି ଆଇନ, ଆର୍ଵିଟେସନ, କନ୍ସିଲିଏସନ, ମେଡିଏସନ ଏ ଡି ଆର ପଦ୍ଧତି ଅଵଲମ୍ବନ କରି ଵିଵାଦର ସହଜ ସରଳ ସମାଧାନ ଉପରେ ଆଲୋଚନା କରିଥିଲେ, ସଚିବ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ଜେନା ନିଶୁଳ୍କ ଆଇନ ସେଵା କିପରି ଭାବେର ସମସ୍ତ ଯୋଗ୍ୟ ହିତାଧିକାରୀ ପାଇପାରିଵେ ଆଲୋକପାତ କରିଥୀଲେ। ଆଇନଜିବୀ ରଜନୀକାନ୍ତ ଦାଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଵିଷୟରେ ଆଲୋକପାତ। କଲେଜର ୧୨୦ଜଣ ଛାତ୍ରଛାତ୍ରୀ ଷ୍ଟାପ୍ ଯୋଗଦେଇଥିଲେ।

କଲେଜର ସମସ୍ତ ଅଧ୍ୟାପକ ଅଧ୍ଯାପିକା କାଯ୍ୟକ୍ରମରେ ସହଯୋଗ କରିଥୀଲେ। ଶେଷରେ ଅର୍ଥଶାସ୍ତ୍ର ଵିଭାଗର ମୁଖ୍ୟ ଡକ୍ଟର ଅଲେଖ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥୀଲେ।

