ବାରିପଦା : ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଝରାଡିହି ଫାଣ୍ଡି ଅଂଚଳର ଜନୈକ ବିବାହିତା ମହିଳା ବିଷ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଝରାଡିହି ଫାଣ୍ଡି ଅଂଚଳର ସୁରଦା- ଯଶିପୁର ପଞ୍ଚାୟତର ବାଙ୍ଗି ଵାସ୍କେ (୧୯) ଝରାଡିହି ଅଂଚଳର ରଙ୍ଗାମାଟିଆ ଗ୍ରାମର କୁଆଁର ହାଁସଦା ଙ୍କୁ ବିବାହ କରାଇଥିଲେ । ସେ ଦେଢ଼ ମାସର ଗର୍ଭବତୀ ଥିଲେ । କୌଣସି ନା କୌଣସି କାରଣରୁ ପାରିବାରିକ ମନୋମାଳିନ୍ଯ ଯୋଗୁଁ ମହିଳା ଜଣକ ମାନସିକ ଭାରସାମ୍ୟ ହରାଇ ବୁଧବାର ଦିନ ସନ୍ଧ୍ୟାରେ ବିଷ ଖାଇ ଦେଇଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲକୁ ଅଣା ଯାଇଥିଲା ।ଗୁରୁବାର ଦାନଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ଝରାଡିହି ପୋଲିସ ଏକ ଅପମୃତ୍ୟୁ ମାମଲା ୧୯/୨୫ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ । ଆଜି ଶୁକ୍ରବାର ଦିନ ଶବଟିକୁ ଝିଅର ମା’ ତାଙ୍କ ଜୋଇଁ ଘରକୁ ନେଇ ଯାଇଥିଲେ ।କିନ୍ତୁ ଜୋଇଁ ଘର ଲୋକେ ବିଭିନ୍ନ କାରଣ ଦେଖାଇ ଶବଟିକୁ ଗ୍ରହଣ କଲେନାହିଁ ।ଫଳରେ ବାଧ୍ୟ ହୋଇ ଝିଅର ମା’ ଶବଟିକୁ ଶ୍ମଶାନ ଘାଟରେ ଦାହ କରିଥିଲେ ।

