ବାରିପଦା : ସ୍ୱାଧୀନତାର ୭୯ତମ ବର୍ଷ ପାଳନ ଅବସରରେ ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ (ସଦ୍ଭାବନା ସଭାଗୃହ) ଠାରେ ମୟୂରଭଞ୍ଜ ଏକ ସାରସ୍ୱତ ସମାରୋହ ଓ ବହୁଭାଷୀ କବି ସମ୍ମିଳନୀ ତଥା ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡା.ପାର୍ଥସାରଥୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗୀତ ନିର୍ଦ୍ଦେଶିକା ସୁଶ୍ରୀ ଭାରତୀ ବେବର୍ତା, ଡ.ଦୟାସିନ୍ଧୁ ପରିଡାଙ୍କ ରଚିତ ଜଗନ୍ନାଥ ତତ୍ୱ ସମ୍ବଳିତ ପ୍ରାରମ୍ଭିକ ସଂଗୀତ ଗାନ କରିବା ସହ ଭକ୍ତକବି ମଧୁସୂଦନଙ୍କ ରଚିତ ରେ ଆତ୍ମନ୍ ନିଦ୍ରାପରିହରି ଅତିସୁଲଳିତ କଣ୍ଠରେ ଗାନକରି ଶ୍ରୋତାମାନଙ୍କୁ ବିଭୋର କରିଦେଇଥିଲେ । ପରେ ପ୍ରତିଷ୍ଠାତା ସମ୍ପାଦକ ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇ କବିତା ହେଉଛି କବି ଜୀବନର ସ୍ୱଚ୍ଛନ୍ଦ ଅଭିବ୍ୟକ୍ତି । ସାହିତ୍ୟ ବିଷାଦ ପ୍ରାଣରେ ଆନନ୍ଦ ଭରିଦିଏ, ବିରହ ପ୍ରାଣରେ ଭରିଦିଏ ଆଶ୍ୱାସନା ଏବଂ ସମାଜର ବହୁ ବ୍ୟକ୍ତିଙ୍କୁ ଏକାଠି କରିବା ପାଇଁ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟ ଅତିଥି ଉପ-ଜିଲ୍ଲାପାଳ ଡ.ଦୟାସିନ୍ଧୁ ପରିଡା କବିତା ମାଧ୍ୟମରେ ତାଙ୍କର ଅଭିଭାଷଣ ପ୍ରଦାନ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଏହି ଅବସରରେ ସଂଗୀତ ନିର୍ଦ୍ଦେଶିକା ସୁଶ୍ରୀ ଭାରତୀ ବେବର୍ତାଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛଦେଇ ଭଞ୍ଜଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ କବୟିତ୍ରୀ ସୁଧାମୟୀ ଦାସ ଓ ସୁଶ୍ରୀ ଭାରତୀ ବେବର୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସର୍ବଶ୍ରୀ ବନମାଳୀ ପାତ୍ର, ଅଧ୍ୟାପକ ଦୋଳଗୋବିନ୍ଦ ମହାନ୍ତ, ହିମାଂଶୁ ଶେଖର ଦାସ, ପ୍ରତିମା ବାରିକ, ଶରତ ଚନ୍ଦ୍ର ନାୟକ, ପଦ୍ମନାଭ ସାହୁ, ଦୀପକ କୁମାର ନାୟକ, ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ , ବାସୁଦେବ ନାପିତ୍, ଡ.ମନ୍ଦାକିନୀ ସାହୁ, ଯତୀନ୍ଦ୍ରନାଥ ସାହୁ, ପ୍ରିୟନାଥ ପାଣି, _ପର୍ଶୁରାମ ସାହୁ, ଅଧ୍ୟାପକ ରାଜେନ୍ଦ୍ର ସାମଲ, ପ୍ରଦୀପ ମହାନ୍ତି, ବିଶ୍ୱମିତ୍ରା ଦାସ, କାବେରୀ ମିଶ୍ର, ଆଶିଷ ବସା, ଦେବଜାନୀ ବେହେରା, ମୀନତି ସିଂହ, ଭଗବତୀ ଦାଶ, ଲଳିତ କୁମାର ସିଂବାବୁ, ମିନତୀ ଦାଶ, ମୀନକେତନ ମହାନ୍ତି, ସତୀଶ ଚନ୍ଦ୍ର ବେହେରା, ମମତାମୟୀ ଭୋଇ, ବାସନ୍ତୀଲତା ମହାପାତ୍ର, ରାଜଲକ୍ଷ୍ମୀ ଦାସ, ବୀଣାପାଣି ପଣ୍ଡା, ପ୍ରଦୀପ କୁମାର ନାୟକ, ଗୋପାଳ ଚନ୍ଦ୍ର ସାଓ, ଅଜମ୍ବର ପୃଷ୍ଟି, ନରିସଂହ ବାରିକ ପ୍ରମୁଖ ୭୦ରୁ ଉର୍ଦ୍ଧ୍ୱ କବି ଓ କବିୟିତ୍ରୀ ସେମାନଙ୍କର ସ୍ୱରଚିତ କବିତା ଆବୃତି କରିଥିଲେ । ସଭାପତି ଡା. ଜେନା ପଠିତ ସମସ୍ତ କବିତା ଗୁଡିକ ସମିକ୍ଷା କରି ଆଧ୍ୟାତ୍ମିକ ଚେତନା ସମ୍ବଳିତ ଲେଖା ବାସ୍ତବିକ୍ ମଣିଷକୁ ମୁକ୍ତିର ମାର୍ଗ ପ୍ରଦାନ କରି ପାରିବ ବୋଲି କହିଥିଲେ । ପରିଶେଷରେ ଗୋପାଳ ଚନ୍ଦ୍ର ସାଓ ଧନ୍ୟବାଦ ଅର୍ପଣ କରିଥିଲେ ।

