Photo for the news of asa school jiba

ଆସ ସ୍କୁଲ୍ ଯିବା ପଦଯାତ୍ରା ଅନୁଷ୍ଠିତ

ରାଜ୍ୟ

ଆଗରପଡ଼ା : ବନ୍ତ ବ୍ଲକ କାଦବରାଙ୍ଗ କ୍ଲଷ୍ଟର ଅଧୀନ ଆପ୍ତିରା ମଧ୍ୟ ଇଂରାଜୀ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ ଯିବା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ଶିକ୍ଷକ ଏବଂ ଅଭିଭାବକଙ୍କ ସମେତ ଅଧ୍ୟୟତରତ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ପ୍ରକାରର ସଚେତନତାର ବାର୍ତ୍ତା ଦେଇ ଗ୍ରାମ ପରିକ୍ରମା କରିଥିଲେ ।

ଘରେ ନରହି କିମ୍ବା ବାହାରକୁ ନଯାଇ ପିଲା ମାନେ ସମସ୍ତେ ବିଦ୍ୟାଳୟକୁ ଯାଇ ଶିକ୍ଷାଗ୍ରହଣ କରିବାକୁ ସଚେତନ କରିଥିଲେ । ସରକାର ଗ୍ରାମାଚଂଳର ଶିଶୁ ମାନଙ୍କୁ ଶିକ୍ଷାଦାନ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ତେଣୁ ଉକ୍ତ ଯୋଜନାମୁ ପାଳନ ପୂର୍ବକ ସମସ୍ତଙ୍କୁ ସଭ୍ୟ ଏବଂ ଶିକ୍ଷିତ କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

Shrutilipi ad