Photo for the news of tahasildar

ପିଲାଙ୍କ ଗହଣରେ ସ୍ୱାଧୀନତା ଦିବସ ପାଳିଲେ ଅତିରିକ୍ତ ତହସିଲଦାର

ରାଜ୍ୟ

ଆଗରପଡ଼ା : ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ବେଲଦା ମୁଣ୍ଡାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମିଠା ଖୁଆଇ ଓ ଶିକ୍ଷା ସାମଗ୍ରୀ ପ୍ରଦାନ ପୂର୍ବକ ସ୍ୱାଧୀନତା ଦିବସ ପାଳିଲେ ଭାରପ୍ରାପ୍ତ ତହସିଲଦାର ପ୍ରସନ୍ନ ମହାନ୍ତି । ସାରା ଭାରତ ୭୯ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ହଟାତ ବନ୍ତ ବ୍ଲକର ଭାରପ୍ରାପ୍ତ ତହସିଲଦାର ପ୍ରସନ୍ନ ମହାନ୍ତି ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ପିଲାଙ୍କ ପାଇଁ ବେଲଦାରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ପହଂଚି କେନ୍ଦ୍ର ବୁଲି ଦେଖିବା ସହିତ ପିଲାଙ୍କ ସମସ୍ତ ସୁବିଧା ଓ ଅସୁବିଧା କଥା ପଚାରି ବୁଝିଥିଲେ ।

ଏହି ଅବସରରେ ପିଲାଙ୍କୁ ମିଠା ଖୁଆଇବା ସହିତ ପାଠ୍ୟ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ । ଭାରପ୍ରାପ୍ତ ତହସିଲଦାରଙ୍କ ସମେତ ଆଇନୀଜୀବୀ ଅଣାକାର ମଲ୍ଲିକ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ଶିକ୍ଷକ ନୀଳମାଧବ ଦାସ, ସମାଜସେବୀ ନାରାୟଣ ବାରିକ,ଆନନ୍ଦ ନାୟକ,ନିରାକାର ଗାହାଣ,ଲକ୍ଷ୍ମୀଧର ଜେନା, ବିଦ୍ୟାଳୟ ଓ ହଷ୍ଟେଲ କର୍ମଚାରୀ ଅଶାନ୍ତି ଖଟୁଆ, ମିନତୀ ମୁଣ୍ଡା, ରୂପା ରଣା, ସରସ୍ୱତୀ ନାୟକ, ଅନୁସୟା ବାରିକ, ମିତା ରାଣି ନାଥ, ରମାକାନ୍ତ ମଳିକ, ବସନ୍ତ ମଳିକ,ଗୌରୀ ରଣା, ପ୍ରଶାନ୍ତି ନାଥ, ସସ୍ମିତା ନାଥ,ଅଙ୍ଗନୱାଡି କର୍ମୀ ସେବତୀ ଲତା ନାୟକ, ଶାନ୍ତିଲତା ମଳିକ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ଶ୍ରୀ ମହାନ୍ତିଙ୍କ ଏହି ମହାନକାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Shrutilipi ad