Img 20250814 wa0215

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାରସକଣା ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ରାଜ୍ୟ

୨୧ ଅଗଷ୍ଟ ମହାସମାରୋହରେ ଜିଲ୍ଲାସ୍ତରୀୟ ପାର୍ଟି ଶତବାର୍ଷିକୀ ଓ ୨୨ତମ ସମ୍ମିଳନୀ ବମ୍ବେ ଛକରେ ଆତିଥ୍ୟ ଦେବା ପାଇଁ ନିଷ୍ପତ୍ତି।

ବାରିପଦା: ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ମୟୁରଭଞ୍ଜ ଜିଲ୍ଲା ସାରସକଣା ଆଞ୍ଚଳିକ ସମ୍ମିଳନୀ ଆଜି ସାରସକଣା ହାଟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୁର୍ଵାହ୍ନରେ ପାର୍ଟିର ବରିଷ୍ଠ ନେତା ହୃଷୀକେଶ ସାହୁ ସମ୍ମିଳନୀର ପତାକା ଉତ୍ତୋଳନ କରିଥିଲେ। ହୃଷିକେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀକୁ ସିପିଆଇ ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ଯ ଜୟନ୍ତ ଦାସ ଉଦଘାଟନ କରି ସ୍ଵାଧୀନତା ଆନ୍ଦୋଳନରେ ଅଗ୍ନୀ ଗର୍ଭରୁ ଶୋଷଣ, ଅତ୍ୟାଚାର କବଳରୁ ମୁକ୍ତି, ସମାଜବାଦୀ ସମାଜ ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ତ୍ଯାଗ-ନିଷ୍ଠା ଓ ଆତ୍ମ ଵଳିଦାନର ଶହେ ବର୍ଷରେ ପହଞ୍ଚିଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚଳିତ ବର୍ଷ ଶତବାର୍ଷିକୀରେ ଉପନିତ ହୋଇଅଛି। ଚଳିତ ବର୍ଷ ପାର୍ଟିର ଶାଖା, ଅଞ୍ଚଳ, ଜିଲ୍ଲା, ରାଜ୍ଯ ଓ ସର୍ବଭାରତୀୟ ସମ୍ମିଳନୀ ହେଉଥିବା ବେଳେ, ଦେଶର ଜନଗଣଙ୍କୁ ଜୀଵନ ଜୀବିକା ଓ ଗଣତନ୍ତ୍ର ଆଜି ସାମ୍ପ୍ରଦାୟିକ ଏକଛତ୍ରବାଦ ଦ୍ଵାରା ବିପନ୍ନ ହୋଇଅଛି। ଏହାର ମୁକାବିଲା ପାଇଁ ଦେଶର ସମସ୍ତ ବାମ ଓ ଧର୍ମନୀରପେକ୍ଷ, ଗଣତାନ୍ତୀକ ଦଳମାନେ ସଂଘର୍ଷରେ ଅଛନ୍ତି। ଆସନ୍ତା ୨୧ ଓ ୨୨ ଅଗଷ୍ଟ ରେ ବମ୍ବେ ଛକ ଠାରେ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ଆତିଥ୍ୟ ଦେବା ପାଇଁ ସାରସକଣା ଅଞ୍ଚଳର ସାଥି ସମର୍ଥକଙ୍କୁ ଆହ୍ଵାନ ଦେଇଥିଲେ। ଏହି ସମ୍ମିଳନୀରେ ଅଞ୍ଚଳ ସମ୍ପାଦକ ବଳରାମ ମୁର୍ମୁ ଵିଗତ ୩ଵର୍ଷର ରାଜନୈତିକ, ସାଙ୍ଗଠନିକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର ଉଦବୋଧନ ଦେଇ ରାଜ୍ଯ ସରକାରଙ୍କ ଜନବିରୋଧୀ ଭୁମିକା ସମ୍ପର୍କରେ ଚର୍ଚ୍ଚା କରି ଏହାର ମୁକାବିଲା ପାଇଁ ସିପିଆଇ ର ଶକ୍ତିଶାଳୀ ସଂଗଠନର ଆବଶ୍ୟକତାର ଗୁରୁତ୍ଵ ଦେଇ ଆଗାମୀ ୨୧-୨୨ ଅଗଷ୍ଟ ସିପିଆଇ ର ଶତବାର୍ଷିକୀ ପାଳନ ସହ ୨୨ତମ ଜିଲ୍ଲା ସମ୍ମିଳନୀ ର ସଫଳତା ପାଇଁ ଆହ୍ଵାନ ଦେଇଥିଲେ। ଅନ୍ଯମାନଙ୍କ ମଧ୍ୟରେ ପରମେଶ୍ଵର ମାହାନ୍ତ, ନାରାୟଣ ଟୁଡୁ, ଶତୃଘ୍ନ ନାଏକ, ପ୍ରତାପ ନାଏକ, ଦମୟନ୍ତୀ ନାଏକ, ମେଘରାଏ ମୁର୍ମୁ, ଗୋବିନ୍ଦ ମୁଣ୍ଡା, ରୁପାଏ ମାଝୀ, ମନୋଜ ମୁର୍ମୁ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ସମ୍ମିଳନୀ ପାଇଁ ସାରସକଣା ଅଞ୍ଚଳ ସମ୍ମିଳନୀ ପ୍ରତିନିଧି ନିର୍ବାଚନ କରି ତାଲିକା ଜିଲ୍ଲାକୁ ପଠାଇବା ସହ ୧୭ଜଣିଆ ଅଞ୍ଚଳ କମିଟି ଗଠନ କରାଯାଇଥିଵା ବେଳେ ବଳରାମ ମୁର୍ମୁ ସମ୍ପାଦକ, ନାରାୟଣ ଟୁଡୁ ଓ ପ୍ରତାପ ନାଏକ ୨ ଜଣ ସହ ସମ୍ପାଦକ ଭାଵେ ନିର୍ବାଚିତ ହେଲେ। ସମ୍ମିଳନୀ ଶେଷରେ ପତାକା ଅବତରଣ କରି ହୃଷିକେଶ ସାହୁ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ଅର୍ପଣ କରାଇଥିଲେ।

 

Shrutilipi ad