Photo1 for the news of anganwadi

ବାସହରାଙ୍କୁ ଆବାସ ମନା! ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ରାଜ୍ୟ

ଆଗରପଡ଼ା:ଗ୍ରାମାଚଂଳରେ ବସବାସ କରୁଥିବା ଗରିବ ବାସହରା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ପକ୍କାଗୃହ ଯୋଗାଣ କରାଯିବାର ବିଧିବଦ୍ଧ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବନ୍ତ ବ୍ଲକ ଅଧିନସ୍ଥ ଛୟାଳସିଂହ ପଂଚାୟତର ମଙ୍ଗୁଲି ଗ୍ରାମର ସରୋଜିନୀ ଦାଶ ଙ୍କ ପରିବାର ପାଇଁ ଏହା ଅପହଂଚ ପାଲଟିଛି । ଦୀର୍ଘ ବର୍ଷ ହେବ ଏକ ଚାଳ ଛପର ଗୃହରେ ସପରିବାର ବାସ କରି ନାନା କଷ୍ଟରେ କାଳ କାଟୁଛନ୍ତି । ଅଦିନିଆ ବର୍ଷା ଓ ପବନରେ ଗୃହର କାନ୍ଥ ଭାଙ୍ଗିବାରେ ଲାଗିଛି । ତାହା ମଧ୍ୟ ଏବେ ନଷ୍ଟ ହେବାକୁ ବସିଛି । ତାଙ୍କ ପରିବାର ଦରିଦ୍ର ଶ୍ରେଣୀର ଥିବାରୁ ପକ୍କା ଘରଟିଏ କରିବା ତାଙ୍କ ପାଇଁ କଷ୍ଟକର ବ୍ୟପାର । ସୂଚନା ଅନୁଯାୟୀ;ସରକାରୀ ଆବାସଟିଏ ପାଇଁ ଗତ ୩ବର୍ଷ ହେବ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କଲେ ମଧ୍ୟ କିଛି ସୁଫଳ ନ ପାଇ ପାରିବାରୁ ବାଧ୍ୟ ହୋଇ ସେ ଗତ ଗତ ବର୍ଷ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଗୁହାରୀ କରିଥିବା ଜଣାପଡ଼ିଥିଲା । ସେହିପରି ଉକ୍ତ ଗ୍ରାମର ସ୍ୱର୍ଗତ ପଦ୍ମନାଭ ଦାଶଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମଧ୍ୟ ଆବାସଟିଏ ପାଇଁ ଗୁହାରୀ କରି କୌଣସି ସୁଫଳ ନ ପାଇବାରୁ ଶେଷରେ ରାଜ୍ୟପାଳଙ୍କୁ ଗୁହାରୀ କରିଥିବା ଜଣାପଡ଼ିଥିଲା । ଅନୁରୂପ ଭାବେ ଉକ୍ତ ପଂଚାୟତ ଦୋଳପଦୀ ଗ୍ରାମର ଝରଣା ଯେନା ଜଣେ ହରିଜନ ବର୍ଗର ହୋଇମଧ୍ୟ ବର୍ଷ ବର୍ଷ ଧରି ଆବାସ ପାଇପାରୁନଥିବାରୁ ସେ ମଧ୍ୟ ରାଜ୍ୟପାଳଙ୍କୁ ଗୁହାରୀ କରିଥିବା ଜଣାପଡ଼ିଥିଲା । କିନ୍ତୁ ଗୁହାରୀ ପରେବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସେମାନେ ଆବାସଟିଏ ପାଇଁ ଚାତକପକ୍ଷୀ ପରି ଚାହିଁ ବସିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

 

Shrutilipi ad