ଭୁବନେଶ୍ବର: ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଏହାଯୋଗୁଁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩୦ ଜିଲ୍ଲାର ପ୍ରାୟ ୧୦ହଜାର କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି। ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସଂଘ ଛୁଟିରେ ଯାଇଥିବାରୁ ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆନ୍ଦୋଳନରେ ଥିବା କର୍ମଚାରୀଙ୍କୁ ଓହରିଯିବାକୁ ଅପିଲ୍ କରିଛନ୍ତି। ଲୋକଙ୍କ କାମରେ ଅବହେଳା କଲେ ଦରମା ବନ୍ଦ ହେବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିବ।

