Img 20250813 wa0197

ନିଶାମୁକ୍ତ ଭାରତ ଅଭିଯାନର ୫ମ ବାର୍ଷିକ ଅବସରରେ ମୟୂରଭଞ୍ଜ ଜିଲ୍ଲାକୁ ନିଶାମୁକ୍ତ ଗଠନ ନିମନ୍ତେ ଶପଥ ଗ୍ରହଣ

ରାଜ୍ୟ

ବାରିପଦା: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାରିପଦା ଡିଗ୍ରୀ ମହାବିଦ୍ୟାଳୟ ପ୍ରାଙ୍ଗଣରେ ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ଏକ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଶପଥ ପାଠ ଉତ୍ସବରେ ବାରିପଦା ମହାବିଦ୍ୟାଳୟ ଓ ବାରିପଦା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଶ୍ରୀ ବିଜୟ କୁମାର ଦାସ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ଦୀପକ କୁମାର ଗୋଚ୍ଛାୟତ, ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର କଂହର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଣଜିତ ସୋରେନ ଏବଂ ବାରିପଦା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଯଦୁନାଥ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରିବୃନ୍ଦ ଉପସ୍ଥିତ ରହି ମୟୂରଭଞ୍ଜ ଜିଲ୍ଲାକୁ ନିଶାମୁକ୍ତ ଜିଲ୍ଲା କରିବା ପାଇଁ ଶପଥ ନେଇଥିଲେ। ଏହା ବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ଉଦଳା ମହାବିଦ୍ୟାଳୟ, କରଞ୍ଜିଆ ସ୍ଵୟଂଶାଶିତ ମହାବିଦ୍ୟାଳୟ, ରାଇରଙ୍ଗପୁର ମହାବିଦ୍ୟାଳୟ ତଥା ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ନିଶାମୁକ୍ତ ଏବଂ ପ୍ରଗତି ମୟୂରଭଞ୍ଜ ଜିଲ୍ଲାଭାବେ ଶପଥ ଗ୍ରହଣ କରିଥିଲେ।

Shrutilipi ad