ବାରିପଦା – ପ୍ରଶାସନ ପକ୍ଷରୁ ଆସନ୍ତା କାଲି ତା. ୧୪-୦୮-୨୦୨୫ ରିଖ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାଇକ ଜରିଆରେ ଅନୁଷ୍ଠିତ ହେବ।
ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରା ବାଇକ ମାଧ୍ୟମରେ ଆସନ୍ତା କାଲି ସକାଳ ୭ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ, ଖେମଜୀ ଗହଣା ଦୋକାନ ରାସ୍ତା, ମାର୍କେଟ ଟ୍ରାଫିକ ଛକ, ବାଲେଶ୍ୱର ଗୋଲେଇ ଷ୍ଟେସନ ବଜ଼ାର, ପାଲବଣୀ ଗୋଲେଇ, ଦାରୋଗାଡାହି, ମୁର୍ଗାବାଡି ଭଂଜପୁର ରାସ୍ତା ଦେଇ ସହର ପରିକ୍ରମା କରି ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ନିକଟରେ ସମ୍ପୂର୍ଣ୍ଣ ହେବ।
ଉକ୍ତ ବାଇକ ଶୋଭାଯାତ୍ରାରେ ଅଂଶ ଗ୍ରହଣ ନିମନ୍ତେ ଅଂଶ ଗ୍ରହଣକାରିମାନେ ନିଜ ନିଜର ବାଇକ ସହିତ ସଙ୍ଗରେ ହେଲମେଟ ଧରି ଆସିବାକୁ ଅନୁରୋଧ କରାଯାଉଛି। ସୁରକ୍ଷା ଓ ନିରାପଦ ପାଇଁ ଶୋଭାଯାତ୍ରାରେ ଅଂଶ ଗ୍ରହଣ ସମୟରେ ହେଲମେଟ ବ୍ୟବହାର ବାଧ୍ୟତା ମୂଳକ।
ଏଣୁ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଏହି ତ୍ରିରଙ୍ଗା ଯାତ୍ରା ରେ ଅଂଶ ଗ୍ରହଣ ପାଇଁ ଅନୁରୋଧ କରାଯଉଛି।

