Minister

ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେବ ‘ସେଫ୍ କ୍ୟାମ୍ପେନ୍’

ରାଜ୍ୟ

ଭୁବନେଶ୍ବର: ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ‘ସେଫ୍ କ୍ୟାମ୍ପେନ୍’ କରିବ ଉଚ୍ଚ ଶିକ୍ଷା ବିଭାଗ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।  ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଶକ୍ତିଶ୍ରୀ ସ୍କିମରେ ସେଫ କ୍ୟାମ୍ପନ ଭଳି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ କରିବାକୁ ଯାଉଛି। ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ୍ ରହିବ ଓ କୌଣସି ପରିସ୍ଥିତିରେ ବି କେହି ଯେମିତି ଦୁର୍ଭାଗ୍ୟଜନକ ପଦକ୍ଷେପ ନ ନିଅନ୍ତି, ଶକ୍ତିଶ୍ରୀ ଯୋଜନାରେ ପଦକ୍ଷେପ ନିଆ ଯାଇଛି। କ୍ୟାମ୍ପସରେ ସଚେତନତା ସହ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର। ଯଦି କେହି କୌଣସି ଘଟଣାକୁ ନେଇ ବ୍ୟସ୍ତ ବିବ୍ରତ ହେଉଛନ୍ତି, ତାଙ୍କୁ ବୁଝେଇବାକୁ ପଡ଼ିବ। ଉଚିତ ଫୋରମ ଅଛି, ତାଙ୍କୁ ସେ ବିଷୟରେ ବୁଝାଇବାକୁ ପଡ଼ିବ। ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ପିତାମାତା ଓ ଶିକ୍ଷକମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବ।

Shrutilipi ad