ବାରିପଦା: ସ୍ଥାନୀୟ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ଦୁଇ ପୁଅଙ୍କ ଜନ୍ମଦିନରେ ବାପା ଡଃ ନିରୋଜ କୁମାର ପୋଥାଳ ଏକ ରକ୍ତଦାନ ଶିବିରର ଆୟୋଜନ କରିବା ସହ ନିଜେ ମଧ୍ୟ ନିଜ ଜୀବନର ୧୨୮ ତମ ରକ୍ତଦାନ କରିଛନ୍ତି I ନାରାୟଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ପୋଥାଳଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା I ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ କବି ବିଷ୍ଣୁ ଶତପଥି, ନିୟମିତ ରକ୍ତଦାତା ସୋମନାଥ ସିଂହ, ଡଃ ଅକ୍ଷୟ କୁମାର ମହାନ୍ତି, ତପନ କୁମାର ବେହେରା ଓ ଚିତ୍ତରଞ୍ଜନ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଟ୍ରଷ୍ଟର ବସନ୍ତ କୁମାର ମହାପାତ୍ର, ସର୍ଦ୍ଦାର ହରିଚରଣ ସିଂହ ପ୍ରତାପେଶ୍ୱର ଦାଶ, ଜୟପ୍ରକାଶ ମହାନ୍ତ, ହିମାଂଶୁ ପ୍ରହରାଜ, ଲୋକନାଥ ମହାନ୍ତ, ବିପୁନ ବିନ୍ଧାଣୀ, ବସନ୍ତ ହାଁସଦା, ଇନ୍ଦ୍ରଜିତ ମହାନ୍ତ, ସନତ କୁମାର ଦାସ, ରାକେଶ କୁମାର ଦ୍ବିବେଦୀ, ରାଜଲକ୍ଷ୍ମୀ ମିଶ୍ର, ବିଜୟଲକ୍ଷ୍ମୀ ନାୟକ, ସୁମିତା ଚୌବେ, ଭାସ୍ବତୀ ପଣ୍ଡା ଓ ଶୁଭସ୍ମିତା କାମିଳା ପ୍ରମୁଖ ସଦସ୍ୟ/ସଦସ୍ୟା ଶିବିର ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ I

