Photo for the news of director of fishery

ମତ୍ସ୍ୟ ଓ ପଶୁସମ୍ପଦ ନିର୍ଦ୍ଦେଶକଙ୍କ ପରିଦର୍ଶନ

ରାଜ୍ୟ

ଆଗରପଡ଼ା :ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ନିର୍ଦ୍ଦେଶକ ଏମଡି ସାଦିକ୍ ଆଲାମ୍ (ଆଇଏଏସ ) ମଙ୍ଗଳବାର ବନ୍ତ ବ୍ଲକ ଅନ୍ତର୍ଗତ କାଦବରାଙ୍ଗ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ଓ ମିଶ୍ରିତ କୃଷି କ୍ଷେତ୍ରକୁ ପରିଦର୍ଶନରେ ଆସି ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ ଶତାଧିକ ମିଶନ ଶକ୍ତି କର୍ମଚାରୀ,ମହିଳା ନେତ୍ରୀ ଓ ଲକ୍ଷପତି ଦିଦିଙ୍କ ସହିତ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଜିଲ୍ଳା ପରିଷଦମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ,ବିଡ଼ିଓ ସୀତାକାନ୍ତ ରାଉତ,ଡିପିଏମ,ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡ଼େଇ,ପିଇଓ ସଙ୍ଗୀତାରାଣୀ ପାଣିଗ୍ରାହୀ,ସରପଂଚ ପୁଷ୍ପାଞ୍ଜଳି ସ୍ୱାଇଁ ,ଏଇଇ ଶ୍ରଦ୍ଧା ସୁମନ ନାଥ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମ ଏଠାରେ ଅଛି ବୋଲି ସୂଚନା ମିଳିଛି ।

Shrutilipi ad