ବାରିପଦା : ଭାରତୀୟ ସମ୍ବିଧାନରେ ଭୋଟ ହେଉଛି ନାଗରିକର ଶକ୍ତି. ଭୋଟ ଦାନ ଅଧିକାର ମାଧ୍ୟମରେ ଜନଗଣ ନିଜର ସରକାର ଚୟନ କରିଥାନ୍ତି. ଭୋଟ ପରିଚାଳନା କରିବା ପାଇଁ ଭାରତରେ ନିର୍ବାଚନ କମିଶନ ଏକ ସର୍ବୋଚ୍ଚ ସାମ୍ବିଧାନିକ ଏବଂ ସ୍ୱୟଂ ଶାସିତ ସଂସ୍ଥା. ମାତ୍ର ବିଗତ କିଛି ବର୍ଷ ଧରି ଭାରତରେ ନିର୍ବାଚନ କମିଶନ ଏବଂ ବିଜେପି ସରକାର ମିଳିତ ଭାବରେ ଯେଭଳି ଭୋଟ ଚୋରୀ କରିବାର ପ୍ରମାଣ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ ବିଗତ ଅଗଷ୍ଟ 7ତାରିଖ ଦିନ ପ୍ରେସମିଟ ରେ ଖୁଲାସା କରିଛନ୍ତି ତାହା ଦେଶ ବାସୀଙ୍କ ମୌଳିକ ଅଧିକାରକୁ ବିପର୍ଣ୍ଣ କରିଛି. ବର୍ତ୍ତମାନ ଭୋଟ ଚୋରୀ ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ଆଜି ଅପରାହ୍ନରେ ବାରିପଦା ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ ନେତା ତଥା ବିଧାୟକ ଅଶୋକ ଦାସ କହିଛନ୍ତି|
ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ବିରୋଧୀଦଳ ନେତା ରାହୁଲ ଗାନ୍ଧିଜୀଙ୍କ ଗତ ସାଧାରଣ ନିର୍ବାଚନ ଓ ବିଭିନ୍ନ ରାଜ୍ୟ ନିର୍ବାଚନରେ ହୋଇଥିବା ଭୋଟ ଚୋରିର ଯେଉଁ ପର୍ଦ୍ଦାଫାଶ କରିଛନ୍ତି, ତାହାକୁ ନେଇ ମୟୁରଭଞ୍ଜ ପୂର୍ବ ସାଙ୍ଗଠନିକ ଜିଲ୍ଲା ସଂଯୋଜକ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କିଭଳି ଡୁପ୍ଲିକେଟ ଭୋଟର, ଫେକ ଇନଭେଲିଡ଼ ଠିକଣା, ଇନଭେଲିଡ଼ ଫୋଟ, ଗୋଟିଏ ଠିକଣାରେ ବହୁ ସଂଖ୍ୟକ ଭୋଟର, ଫର୍ମ -6 (ନୂଆ ଭୋଟର ପଞ୍ଜିକରଣ ) ଇତ୍ୟାଦି 5ଟି ଉପାୟରେ କର୍ଣ୍ଣାଟକ ରାଜ୍ୟର ମହାଦେବପୁରା ନିର୍ବାଚନ ମଣ୍ଡଳୀରେ ଭୋଟ ଚୋରୀ କରାଯାଇଛି ତାହା ସ୍କ୍ରିନିଂ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି. ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ନିରୋଜ ଲୋଚନ ଦାସ, ବରିଷ୍ଠ କଂଗ୍ରେସ ନେତା ଜ୍ୟୋତି ପ୍ରକାଶ ରଥ, ସୁସ୍ମିତା ଘୋଷାଲ, ପ୍ରଦୀପ ମିଶ୍ର, ଶିବାନନ୍ଦ ଦାସ, ମୋତି ପ୍ରକାଶ ଦାସ, ଦୀପକ ଦାସ, ମୀନ କେତନ ବେହେରା, ଅଶୋକ ଅଧିକାରୀ, ଚୈତନ୍ୟ ମାଝୀ, ଅଶୋକ ଗିରି, ସେକ ଇକବାଲ, ଫରିଦା ତବସୁମ, ବିଶ୍ୱ ସିଂ, ଠାକୁରା ସୋରେନ, ଭବାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

