ଆଗରପଡ଼ା:ଆଗରପଡ଼ା ପେଟ୍ରୋଲ ପମ୍ପ ନିକଟରୁ ଜଣେ ଚୋରାମଦ ମାଫିଆଙ୍କୁ ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନା ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି । ଏହି ସଂପର୍କରେ ଥାନା କେସ ନଂ୧୩୬/୨୫ରେ ଏକ ମାମଲା ରୁଜ୍ଜୁ ହୋଇଛି । ସୋମବାର ଅପରାହ୍ନ ସମୟରେ ଜଣେ ଜୁମ ସ୍କୁଟି ଚାଳକ ଆଗରପଡ଼ା ମୁଖ୍ୟ ରାସ୍ତାରେ ଭଦ୍ରକ ଆଡ଼କୁ ଦୃତ ଗତିରେ ଯାଉଥିବା ବେଳେ ଚାଳକଙ୍କ ଗତିବିଧି ଉପରେ ସନ୍ଦେହ କରି ଥାନାଧିକାରୀ ତାଙ୍କ ପିଛା କରି ପେଟ୍ରୋଲ ପମ୍ପ ଠାରେ ଅଟକାଇ ସ୍କୁଟିକୁ ତନଖି କରିଥିଲେ । ସ୍କୁଟି ତିକିରେ ଦେଶୀମଦ ଥିବାର ଦେଖିବାକୁ ମିଳିଥିଲା । ପରେ ଥାନାଧିକାରୀ ସ୍କୁଟିକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଥିଲେ । ଗିରଫ ହୋଇଥିବା ଯୁବକ ଜଣଙ୍କ ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗ୍ରାମର ସୁଦର୍ଶନ ଜେନାଙ୍କ ପୁଅ ଆଲୋକ ଜେନା(୨୮) ଓ ତାଙ୍କ ନିକଟରୁ ପ୍ରାୟ ୪୦ ଲିଟରରୁ ଅଧିକ ଦେଶୀମଦ ଜବତ କରାଯାଇଛି । ସେ ଅନ୍ୟତ୍ର ନେଇ ମଦକୁ ବିକ୍ରୀ କରିଥାନ୍ତେ । ନୂଆ ଯୁବ ଥାନାଧିକାରୀ ଶ୍ରୀ ଜେନା ଏଠାରେ ଦାୟିତ୍ୱ ନେବା ପରେ ଚୋରା ଅବକାରୀ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅନେକ ମାଫିଆ ଏହି ଥାନା ଅଂଚଳ ରାସ୍ତା ଦେଇ ଯିବାକୁ ଭୟଭୀତ ହୋଇ ଅନ୍ୟ ରାସ୍ତା ଦେଇ ଯାଉଥିବାର ଅଭିଯୋଗ ହେଉଛି ।

