ଭୁବନେଶ୍ୱର: ଦାୟିତ୍ବ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଆତ୍ମାହୁତି ପ୍ରସଙ୍ଗରେ ଦେଲେ ନିଜର ପ୍ରତିକ୍ରିୟା। ଆତ୍ମାହୁତି ପ୍ରସଙ୍ଗକୁ ନେଇ ସେ କହିଛନ୍ତି କେହି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର। ମାତ୍ର କିଛି ସମୟ ହେବ ମୁଁ ଦାୟିତ୍ଵ ନେଇଛି, ସବୁ କିଛି ଅନୁଧ୍ୟାନ କରିବି।
ତଦନ୍ତ ପରିସର ଭିତରେ ଯିଏ ଦୋଷୀ, ତାଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ। ବାଲେଶ୍ଵର ଆଦି ଘଟଣାରେ ସରକାର ତ୍ଵରିତ ପଦକ୍ଷେପ ନେଇଛନ୍ତି। ସୂଚନା ଥାଉକି କିଛି ଦିନ ପୂର୍ବେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ ଜାରି ହୋଇଥିଲା। ଏହାସହ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଅଛନ୍ତି ବବିତା ପାତ୍ର। ୩ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

