Img 20250810 wa0220

ଆମଦାଵେଡା ଗ୍ରାମରେ  ହାତୀ ଉପଦ୍ରବ; ଧାନ କିଆରି ନଷ୍ଟ

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲାର  ବିଜାତଳା ବ୍ଲକ  ମାଣିକପୁର ପଂଚାୟତ ର ଆମଦାବେଡା ଗ୍ରାମରେ ହାତୀ ଉପଦ୍ରବ କରି ଧାନ ବିଲରେ  ବ୍ୟାପକ ତଳି ନଷ୍ଟ କରି ଦେଇଛନ୍ତି ।  ସୂଚନା ଯେ  ଶନିବାର ରାତିରେ  ଆମଦାବେଡା ଗ୍ରଗମର ଛୋଟରାଇ ମୁର୍ମୁ, ଯଶବନ୍ତ  ଟୁଡୁ, ବନ ବିହାରୀ ମୁର୍ମୁ ଏବଂ ଗୌରୀ ମୁର୍ମୁ ଙ୍କ ଦିନ ବିଲରେ ତଳି,ଧିନରୁଆ ଦଳି ଚିକିଟି ନଷ୍ଟ କରି ଦେଇଛନ୍ତ l  ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ‌ଵର୍ତ୍ତମାନ ଚାଷୀ ତଳି ପକାଇବ କେବେ ,ତଳି ହେବ କେବେ ଏବଂ ଧୋଇବା କରିବ କେବେ ନେଇ ଚାଷୀ ଚିନ୍ତିତ ।ଆଖପାଖ ଚାଷୀମାନେ ମଧ୍ୟ ରାତିରେ ହାତୀ ଆସି କାଳେ ସେମାନଙ୍କ ବିଲ ର ତଳି ନଷ୍ଟ କରିଦେବା ତାହାକୁ ନେଇ ଚିନ୍ତିତ !
ନିକଟସ୍ଥ ଜଙ୍ଗଲରୁ ହାତୀପଲ ବାରମ୍ବାର ଗ୍ରାମାଭିମୁଖି ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଥିବାରୁ ଚାଷୀଭାଇମାନେ ଭୟଭୀତ ଓ ଚିନ୍ତିତ  ହୋଇପଡିଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ ସହ ହାତୀ ଘଉଡାଇବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି l
Shrutilipi ad