ବାରିପଦା- ଅଗ୍ରଣୀ ସାନ୍ତାଳୀ ଅନୁଷ୍ଠାନ ସାନ୍ତାଳୀ ସାଓଁହେଦ ଆଖଡ଼ା, ଆଦିମ ଖେରଓଳ ୟୁଥ୍ କ୍ଳବ୍ ଓ ରାଜଗାଳ ଅଲ୍ ଇତୁନ ଆଶଳା ମିଳିତ ସହଯୋଗରେ ମୈତ୍ରୀ ବିହାର ର ଲକ୍ଷ୍ମୀପୁର ସ୍ଥିତ ସାନ୍ତାଳ ସାହିର କ୍ଲବ ଗୃହ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ସାନ୍ତାଳୀ ସାଓଁହେଦ ଆଖଡ଼ା ସଭାପତି ମାଳତୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ଅତିଥି ମାନଙ୍କ ଦ୍ବାରା ଆଦିଵାସୀ ସ୍ବାଧୀନତା ସଂଗ୍ରାମୀ ଵାବା ତିଲିକା ମାଝୀ, ବୀର ସିଦୋ ମୁର୍ମୁ, କାହ୍ନୁ ମୁର୍ମୁ, ଭଗବାନ ବିରସା ମୁଣ୍ଡା, ବାବା ସାହେବ୍ ଭୀମରାଓ ଆମ୍ବେଦକର, ଜୟପାଲ ସିଂ, ସୁନାରାମ ସୋରେନ ଆଦିଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ନିକଟରେ ପରଲୋକ ଘଟିଥିବା ଦିଶମ ଗୁରୁ ଶିଵୁ ସୋରେନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ବରିଷ୍ଠ ଓଏସ ଅଧିକାରୀ ତଥା ଆଖଡା ଉପଦେଷ୍ଟା ଵାଜେଲ ମାଝୀ, ସମ୍ପାଦକ କୈଳାସ ଚନ୍ଦ୍ର ଵାସ୍କେ, ଅଲଚିକି ଶିକ୍ଷକ ରାମ୍ଭାଇ ହେମ୍ବ୍ରମ, ସାଲକାନ କିସ୍କୁ, ମାଙ୍ଗାତ ମୁର୍ମୁ, ଶଙ୍କର ସୋରେନ, ପ୍ରମୁଖ ଯୋଗଦେଇ ଆଦିବାସୀ ଦିବସର ମହତ୍ଵ ସମ୍ବନ୍ଧରେ ଆଲୋକପାତ କରିଥିଲ ।
ଏହି କାର୍ଯ୍ୟକ୍ରମର ଅନ୍ୟ ମାନଙ୍କ ମଧ୍ୟରେ ଚାମ୍ପା ମୁର୍ମୁ, ସାଁଖୀ ମୁର୍ମୁ, ଧାନୀ ମୁର୍ମୁ , ଅନୀତା ହେମ୍ବ୍ରମ, ସୁରୁକୁନୀ ମୁର୍ମୁ, ମିନତୀ ହାଁସଦା, ବବୀତା ଟୁଡୁ, ମୀନତୀ ସୋରେନ, ଗୀତାଞ୍ଜଳି ମୁର୍ମୁ, ମାମିନୀ ହୀଁସଦା ପ୍ରମୁଖ ସହଯୋଗ କରିଥିଲେ । ସଭାଶେଷରେ ଆଖଡ଼ା ସହ ସମ୍ପାଦକ ସୁପ୍ରଭା କିସ୍କୃ ଧନ୍ୟବାଦ ପ୍ରଦାନ କରିଥିଲେ । ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ବସ୍ତ୍ର ପରିଧାନ କରି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

