ଭଭ

ଆଦିବାସୀଙ୍କ ବିଭିନ୍ନ ଦାବିଙ୍କୁ ନେଇ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସର ଗର୍ଜନ 

ରାଜ୍ୟ
ବାରିପଦା : ୨୦୦୬ ମସିହାରେ ତତ କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ସମୟରେ ଅନୁସୂଚିତ ଜାତି ଓ ଜନଜାତି ଲୋକ ମାନଙ୍କୁ ଦେଶର ମୁଖ୍ୟଧାରାରେ ସାମିଲ କରିବା ପାଇଁ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ 2006 ଓ ନିୟମ 2007 ଓ ସଂଶୋଧନ 2012 ରେ ସୁଧାର ପରିବର୍ତ୍ତନ କରି, ସେମାନଙ୍କ ନିମନ୍ତେ ଜଙ୍ଗଲ ଜମିର ସୁ ନ୍ଦୋବସ୍ତ କରାଯାଇଥିଲା | ମାତ୍ର ଦୁର୍ଭାଗ୍ୟର ବିଷୟ, ଇତି ମଧ୍ୟରେ 21 ବର୍ଷ ବିତିଯାଇଥିଲେ ମଧ୍ୟ, ଆଦିବାସୀ ମାନଙ୍କୁ ସେମାନଙ୍କ ଅଧିକାରକୁ ବର୍ତ୍ତମାନର ସରକାର ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି |
       ଏହାର ପ୍ରତିବାଦରେ ଆଜି ରାଜ୍ୟ ପି.ସି.ସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦେଶ କ୍ରମେ, ମୟୁରଭଞ୍ଜ ଜିଲ୍ଲାର ସଦର ମହାକୁମା ବାରିପଦା ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଂଯୋଜକ (ପୂର୍ଵ)ଅରବିନ୍ଦ ଦାସଙ୍କ ନେତୃତ୍ୱରେ କର୍ମୀମାନେ,ଦୀର୍ଘ ସମୟ ଧରୀ ଧାରଣା ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ପରେ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସାତ ଦଫା ସମ୍ମଳିତ ଦାବୀ ପତ୍ର ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ଙ୍କୁ ପ୍ରଦାନ କରାଯାଇଥିଲା |  ଆଜିର ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ର ପୂର୍ବତ୍ତନ ସଭାପତି ହେମନ୍ତ ଦାସ, ବିଜନ ଦାସ,ଯୋଗେଶ ଅଗ୍ରୱାଲ, ଜ୍ୟୋତିପ୍ରକାଶ ରଥ, ପ୍ରଦୀପ ମିଶ୍ର, ସୁସ୍ମିତା ଘୋସାଲ, ମୋତିପ୍ରକାଶ ଦାସ, ଶିବାନନ୍ଦ ଦାସ, ମିନକେତନ ବେହେରା, ଚୈତନ ହାଁସଦା, ଗୌରୀ ନାଏକ, ମାଧବୀ ସେନାପତି, ଦେବେନ୍ଦ୍ର ସିଂ,ରାମରତନ ମହାନ୍ତ, ରବି ଟୁଡୁ, ବାଦଲ ହେମ୍ବ୍ରମ, ତାର ବେହେରା, ବିଷ୍ଣୁ ସିଂ, ସୁଜାତା ସିଂ, ଚୈତନ ମାଝୀ, ଦୀପକ ଦାସ ଓ ସୁଦିପ ମନ୍ତ୍ରୀ ପ୍ରମୁଖ ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ |
Shrutilipi ad