- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନିର୍ଯ୍ୟାତନା ବଢି ଚାଲିଥିବା ଅଭିଯୋଗ
ବାରିପଦା: ଓଡ଼ିଶାରେ ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯ୍ୟାତନା ବଢି ଚାଲିବା ସାଙ୍ଗକୁ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଯାଉଥିବା ଅଭିଯୋଗରେ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ଯ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି, ରାଜ୍ୟରେ ସାମ୍ପ୍ରତିକ ସ୍ଥିତି ବିରୋଧରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳ ପକ୍ଷରୁ ଅଗଷ୍ଟ ୧ ରୁ ୮ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ବିକ୍ଷୋଭ ଏବଂ ସ୍ମାରକପତ୍ର ପ୍ରଦାନ ଚାଲିଛି, ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ଓ ବାରିପଦା ସହରରେ ସମସ୍ତ କଲେଜ ଛାତ୍ର ଛାତ୍ରୀ ମାନେ ମିଶି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ସାକ୍ଷାତ କରି ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି|
ସେମାନଙ୍କ ଅଭିଯୋଗ ଅନୁସାରେ ବିଜେପି ସରକାରଙ୍କ ଏକ ବର୍ଷ ଶାସନ କାଳ ମଧ୍ୟରେ ଛାତ୍ରୀ ଅସାଦାଚରଣ, ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ଅହେତୁକ ଭାବେ ବୃଦ୍ଧି ପାଉଛି, ତଦନ୍ତ ନିର୍ଦେଶ ଦେଇ ସରକାର କେବଳ ନୀରବ ଦ୍ରଷ୍ଟା ହୋଯାଇଛନ୍ତି, ଗୋପାଳପୁର୍ ବେଳାଭୂମି ଛାତ୍ରୀ ଦୁଷ୍କର୍ମ, ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି, ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକା ପୋଡି ବର୍ତ୍ତମାନର ସରକାର କୁଶାସନର ନିର୍ଦ୍ଦେଶନ ହୋଇଛି ବଲି ଛାତ୍ର ଯୁବ ନେତା ମାନେ କହିଛନ୍ତି, ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ, ଶିକ୍ଷା ଅନୁଷ୍ଠାନର, ଛାତ୍ର ଛାତ୍ରୀଙ୍କ ସୁରକ୍ଷା ବୃଦ୍ଧି, ନାରୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦଳ ଗଠନ, ପର୍ଯ୍ୟଟନ ସ୍ଥଳୀରେ ପୁଲିସ ପେଟ୍ରୋଲିଂ ବ୍ଯବସ୍ଥା କଡାକଡି ପାଇଁ ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ଦାବି ହୋଇଛି, ଆୟାଜିତ ବିକ୍ଷୋଭ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ମହାନ୍ତି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ଛାତ୍ର ବିଜେଡ଼ି ସଭାପତି ସୁନୀଲ କୁମାର ନାୟକ, ଯୁବ ବିଜେଡ଼ି ସଭାପତି ଅରୁଣ ବରାଡ଼, ଜୋନାଲ ଛାତ୍ର ସଭାପତି ଅବଦୁଲ ହବିବ, ରାଜ୍ୟ ଯୁବ ସମ୍ପାଦକ ରାଜୀବ ଜେନା, ରାଜ୍ୟ ଛାତ୍ର ସମ୍ପାଦକ ଅଭୟ ସିଂ ଓ ଆଶୀର୍ବାଦ ଦାସ, ଯୁବ ସହର ସଭାପତି ସେକ୍ ଉମର ଉଲ୍ଲା, ଯୁବ ନିର୍ବାଚନ ମଣ୍ଡଳୀ ସଭାପତି ସରୋଜ ଶତପଥୀ, ଏମପିସି କଲେଜ ପୂର୍ବତନ ସଭାପତି ଆଭାସ ଦେ, ପୂର୍ବତନ ଛାତ୍ର ସଭାପତି ବିରଞ୍ଚି ମହାପାତ୍ର, ଯୁବ ସଂଗଠକ ଲଲାତେନ୍ଦୁ ବେହେରା, ନାନୁ ମହାକୁଡ, ପ୍ରସନଜିତ ମହାନ୍ତି, ଦେବଜିତ୍ ପଟ୍ଟନାୟକ, ଗୋବିନ୍ଦ ବେହେରା, ଲିଟନ ମହାପାତ୍ର, ସମରଜିତ ଗୋସ୍ଵାମୀ, ଅମିତ୍ ବଇଠା, ଦୀପକ ମଢୁଆଳ, ଭବାନୀ ଶଙ୍କର ଧଡା, ରାଧାକୃଷ୍ଣ ହଁସାଦା, ମିଳିନ ସ୍ଵାଇଁ, ଚିତ୍ରେଶ୍ଵରୀ ବେହେରା, ଦୀପକ ସାହୁ, ମନୀଷ ବେହେରା, ଆୟୁଷ ଦାସ, ଭୀଷ୍ମ ମହାନ୍ତ, କମଲ ଧଳ, ଦେବବ୍ରତ ସେନାପତି, ତନ୍ ବୀର୍ ହୁସେନ୍, ରିଷି ପରିଛା, ଲିପୁନା ଦାସ, ଆୟୁଷ ପଣ୍ଡା, ସମରଜିତ ସେଠୀ, ଚିନ୍ମୟ ଦାସ, ସତ୍ୟ ଭୈରବ ବାରିକ୍, ମେଘା ସେନାପତି ଓ ବାରିପଦା ସହରର ସମସ୍ତ କଲେଜ ଛାତ୍ର ଓ ଛାତ୍ରୀ ମାନେ ବହୁ ସଂଖ୍ୟାରେ ସାମିଲ୍ ହୋଇ ଥିଲେ l

