Img 20250807 wa0142

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ସୁଚାରୁ କୁମାର ବଳଙ୍କ ଯୋଗଦାନ

ରାଜ୍ୟ
ବାରିପଦା : ଆଜି  ରାଇରଙ୍ଗପୁର ର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ସୁଚାରୁ କୁମାର ବଳ l  ଏଥି ପୂର୍ବରୁ ଶ୍ରୀ ବଳ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ।  ଆଜି ଜିଲ୍ଲାପାଳଙ୍କ ଠାରେ କାର୍ଯ୍ୟରେ ଯୋଗ ଦାନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀ ମାନେ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭକାମନା ଜଣାଇଥିଲେ।
Shrutilipi ad