Detain jail

ଦୁଷ୍କର୍ମ ଅଭିଯୋଗରେ ତିନି ଜଣ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ସମେତ ଜୋରିମାନା

ରାଜ୍ୟ

ବାରିପଦା: ଆଜି ଏକ ଦୁଷ୍କର୍ମ ସଂଙ୍କ୍ରାନ୍ତୀୟ ମାମଲାର ବିଚାରକରି ମାନ୍ୟବର ଜିଲା ଓ ଦୈାରାଜଜ୍ ସୁଦୀପ୍ତ ଆଚାର୍ଯ୍ୟ ତିନି ଜଣ ଅଭିଯୁକ୍ତ କୁ ଦଫା ୩୭୬(୨) (ଏଲ) ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଦଫା ୩୭୬(ଡି) ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ଅଭିଯୁକ୍ତମାନେ ହେଲେ ମୟୁରଭଞ ଜିଲା ବଡସାହି ଥାନା ଅନ୍ତର୍ଗତ ବଣତାଳପଦା ଗ୍ରାମର କାହ୍ନୁଚରଣ ମାର୍ଣ୍ଡି ଏବଂ ସଲେ ହାଁସଦା । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ କେନ୍ଦୁଗାଡି ଗ୍ରାମର ହୃଦାନନ୍ଦ ନାଏକ । ମାମଲାର ବିବରଣୀ ରୁ ପ୍ରକାଶ ଯେ ୨୪-୮-୨୦୧୮ ରିଖ ରାତି ପ୍ରାୟ ସାତଟା ରୁ ଆଠଟା ମଧ୍ୟରେ ଏହି ତିନିଜଣ ଅଭିଯୁକ୍ତ ଏକ ପାଗଳି ଯିଏ କି ଦଶ ପନ୍ଦର ଦିନ ହେବ ଶିଆଳଗାଟି ଗ୍ରାମରେ ଥିବା ଏକ ରାଜୀବ ଗାନ୍ଧି ସେବା କେନ୍ଦ୍ର ରେ ରାତ୍ରୀରେ ଆଶ୍ରୟ ନେଉଥିଲା ଉକ୍ତ ରାତ୍ରୀରେ ଜୋର ଜବରଦସ୍ତ ତା ସହିତ ଦୁଷ୍କର୍ମ କରିଥିଲେ । ସେହି ସମୟରେ ଉକ୍ତ ରାସ୍ତା ଦେଇ ଟିଉସନ ରୁ ଫେରୁଥିବା ଦୁଇଜଣ ପିଲା ଦେଖି ଗ୍ରାମଲୋକ ଙ୍କୁ ଖବର ଦେଇଥିଲେ । ଗ୍ରାମଲୋକ ମାନେ ଆସି ଉକ୍ତ ତିନିଜଣ ଅଭିଯୁକ୍ତ କୁ ଅଟକ ରଖିବା ସହ ସ୍ଥାନୀୟ ସରପଞ୍ଚ କୁ ଅଙ୍ଗନଓାଡି ଦିଦି ଙ୍କ ଦ୍ୱାରା ଫୋନ କରାଇଥିଲେ । ଫୋନ ପାଇ ସରପଞ୍ଚ ରବୀନ୍ଦ୍ର ନାଥ ହେମ୍ବ୍ରମ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣ ଅଭିଯୁକ୍ତ କୁ ଅଟକ ରଖିବା ସହ ପୋଲିସ କୁ ଖବର ଦେଇଥିଲେ । ଏ ଘଟଣା ବାବଦରେ ସରପଞ୍ଚ ରବୀନ୍ଦ୍ର ନାଥ ହେମ୍ବ୍ରମ ଙ୍କ ବଡସାହି ଥାନାରେ ଲିଖିତ ଅଭିଯୋଗକ୍ରମେ କେସ ନମ୍ବର ୧୨୪/୨୪-୮-୨୦୧୮ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ତିନି ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୬ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣ ପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସ କୁ ସରକାର ଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ସସ୍ମିତା ମହାପାତ୍ର ପରିଚାଳନା କରୁଥିଲେ ।

Shrutilipi ad