Screenshot 2025 08 07 165551

ଗାଁରେ ବ୍ୟାପୁଛି ଜଣ୍ଡିସ, ଟେଷ୍ଟ ପାଇଁ ଯାଇଛି ୩୩ ନମୁନା

ରାଜ୍ୟ

କଟକ:ବଡ଼ମ୍ବା ବ୍ଲକ ଗୋବିନ୍ଦପୁର ଗାଁରେ ବ୍ୟାପୁଛି ଜଣ୍ଡିସ ରୋଗ। ଗାଁରେ ଜଣେ ପଜିଟିଭ ଚିହ୍ନଟ ହେବା ପରେ ୩୩ ଜଣଙ୍କର ନମୁନା ଟେଷ୍ଟ ପାଇଁ ଯାଇଥିଲା। ୧୪ ଜଣ ଶିଶୁ ଆକ୍ରାନ୍ତଙ୍କୁ ମାଣିଆବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଗାଁରେ ମେଡିକାଲ ଟିମ ଆସି ଚିକିତ୍ସା ଜାରି ରଖିଛି। ଯେପରି ଅନ୍ୟ ଲୋକଙ୍କୁ ଜଣ୍ଡିସ ରୋଗ ନ ବ୍ୟାପିବ ସେ ନେଇ ପ୍ରସ୍ତୁତି କରାଯାଇଛି ।
ସୂଚନାଥାଉକି, ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିଛି ଯେ, ପାନୀୟଜଳ ଯୋଗାଣ ବିଭାଗ ଦ୍ବାରା ହେଉଥିବା ଜଳଯୋଗାଣ ପାଇପ ବିଭିନ୍ନ ସ୍ଥାନରେ ଫାଟିଥିବା କାରଣରୁ ଦୂଷିତ ପାଣି ପିଇ ସାଧାରଣଙ୍କ ମଧ୍ୟରେ ଏଭଳି ଜଣ୍ଡିସ୍ ବ୍ୟାପୁଛି। ତେବେ ଖବରପାଇ ଘଟଣା ସ୍ଥଳକୁ ଯାଇଛନ୍ତି ବିଧାୟକ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ମାଣିଆବନ୍ଧ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ।
ଯୁଦ୍ଧକାଳୀନ ଭିତ୍ତିରେ ପାଇପ ଲାଇନ ମରାମତି ସରିବା ପର୍ଯ୍ୟନ୍ତ ଗାଁରେ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ବିଧାୟକ ବିଜୟ ଦଳ ବେହେରା ନିର୍ଦ୍ଦେଶ ଦେଇଛନ୍ତି।

Shrutilipi ad