Law minister prithiviraj harichandan advocates for gurukul system in modern education amf news

ଓଡ଼ିଶାବାସୀ ଥରେ ନୁହେଁ ଲଗାତାର ବିଜେଡିକୁ ପ୍ରତ୍ୟାଖାନ କରିବେ: ଆଇନମନ୍ତ୍ରୀ

ରାଜ୍ୟ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ବିକାଶ ଧାରାରେ କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ସହଭାଗିତା ରହୁଛି। ତେଣୁ କେନ୍ଦ୍ରୀୟ ନେତୃତ୍ୱ ଏବଂ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଆଲୋଚନା କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ, ଓଡ଼ିଶାର ସାଂସଦ ଓ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଓ ବିଭିନ୍ନ ଦାବି ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା କରିଛନ୍ତି । ଏହା ଏକ ଶୁଭ ସଙ୍କେତ । ଓଡ଼ିଶାକୁ ଆହୁରି କେନ୍ଦ୍ରୀୟ ସହାୟତା ମିଳିବ । ଓଡ଼ିଶାର ବିକାଶ ଧାରା ପ୍ରକ୍ରିୟା ଆରମ୍ଭ ହୋଇଛି । ଯିଏ ଯାହା କହିଲେ ବି ରାଜ୍ୟର ବିକାଶ ଧାରା ଯାହା ୧ ବର୍ଷ ଭିତରେ ବିଜେପି ସରକାର ଦେଖାଇଛନ୍ତି, ତାହା ଗତ ସରକାର ୨୫ ବର୍ଷ ଭିତରେ ବି ଦେଖାଇ ନଥିଲେ ।
ଗତ ସରକାର ସମୟରେ ଥିବା ବାବୁମାନେ ଆଜି ସମାଲୋଚନାର ଯନ୍ତ୍ର ଧରି ଚାଲିଛନ୍ତି । କିନ୍ତୁ ଓଡ଼ିଶାବାସୀ ଥରେ ପ୍ରତ୍ୟାଖାନ କରିଛନ୍ତି ଏବଂ ଆଗକୁ ଥର ଥର କରି ପ୍ରତ୍ୟାଖାନ କରିବେ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

Shrutilipi ad